ଆଠଗଡ : ଶୂନ୍ୟ ଆକାଶରୁ ସହ ସହ ଗୁଳି ପଡୁଛି। ଲୋକେ ଘରୁ ପଦାକୁ ବାହାରୁ ନଥିବା ଦେଖିବାକୁ ମିଳିଛି।ଏ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁଣୀ ଥାନା ନୂଆସାସନ ଗ୍ରାମ ରେ । ଗତ ବୁଧବାର ଦିନ ଦିନ ତମାମ ଶୂନ୍ୟ ଆକାଶରୁ ଗୁଳି ବର୍ଷା ହେଉଥିଲା ବୋଲି ଗ୍ରାମ ବାସୀ ମାନେ ଅଭିଯୋଗ କରିଥିଲେ। ମାସକୁ ପ୍ରାୟ ସାତ ଆଠ ଦିନ ଗୁଳି ଗାଁ ରେ ପଡୁଛି।ଏହି ଗ୍ରାମରେ ଗୁଳି ପଡ଼ି ଅନେକ ଲୋକଙ୍କ ଆଜବେଷ୍ଟସ ଫାଟି ଥିବା ଦେଖିବାକୁ ମିଳିଛି। ସେହି ଗ୍ରାମର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗ୍ରାମର ଛାତ୍ରଛାତ୍ରୀ ମାନେ ସ୍କୁଲ, କଲେଜ ଜିବାକୁ ଭୟ କରୁଛନ୍ତି। ସେହି ଗ୍ରାମର ଜଣେ ସ୍ତ୍ରୀ ଲୋକ ହାତରେ ଗୁଳି ବାଜିଥିଲା । କିଛି ଦିନ ପରେ ଅସ୍ତ୍ରୋପଚାର କରି ଗୁଳି ବାହାର କରାଯାଇଥିଲା। ଗ୍ରାମ ଠାରୁ କିଛି ଦୂରରେ ପୋଲିସ ଗୁଳିଚାଳନା ପ୍ରଶିକ୍ଷଣ ଶିବିର ରହିଛି। ସେହି ପ୍ରଶିକ୍ଷଣ ଠାରୁ ଗୁଳି ଆସୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ଗୁଳି ପଡ଼ିବା ଅନେକ ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ଦୁଃଖର ବିଷୟ ପ୍ରଶାସନ ପାଖରେ ଏହାର କିଛି ଖବର ନାହିଁ ବୋଲି କହିଛନ୍ତି। ଗ୍ରାମ ବାସୀ ମାନେ କିଭଳି ଭାବରେ ଗୁଳି ଦାଉରୁ ରକ୍ଷା ପାଇବେ ସେ ନେଇ ପ୍ରଶାସନ କୁ ଅନୁରୋଧ କରିଛନ୍ତି।