Odisha news

ଏଲ ଇଡି ଜରିଆରେ ବଡ଼ଓଷାରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

0
ଆଠଗଡ଼,୬।୧୧ : ଆଜି  ମହାକାର୍ତ୍ତିକ ମାସର ତୃତୀୟ ପଞ୍ଚକ ଓ ବାବା ଧବଳେଶ୍ବରଙ୍କ ପ୍ରସିଦ୍ଧ ବଡ଼ଓଷା ।ଅସୁରକ୍ଷିତ ଝୁଲାପୋଲ ଥିବାରୁ  ୧୪୪ ଧାରା ବଳବତ୍ତର ରହିଛି। ଭକ୍ତମାନଙ୍କ   ପାଇଁ  ପ୍ରଶାସନ  ପକ୍ଷରୁ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇ ଆଭାସି ଜରିଆରେ ବାବାଙ୍କ ଦର୍ଶନ ନିମନ୍ତେ  ବ୍ୟବସ୍ଥା କରାଯାଇଛି । ବାବା ଧବଳେଶ୍ଵର ଶୈବପୀଠ ରେ ବଡ଼ ଓଷା ଲାଗି କିଛି ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା।  ଭକ୍ତ ମାନେ ସିଧାସଳଖ ବାବା ଧବଳେଶ୍ଵର ଙ୍କୁ ଦର୍ଶନ ନକରିବା ଦ୍ଵାରା ମନକୁ କଷ୍ଟ ଲାଗୁଛି ବୋଲି କୋହଭରା କଣ୍ଠରେ କାନ୍ଦି ପକାଇଥିଲେ। ଆଜି ପୂଜକ ସମିତି ପକ୍ଷରୁ ରାତ୍ରୀ ପ୍ରାୟ ୩ଟା ସମୟରେ ବାବା ଧବଳେଶ୍ବରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଛି ଏବଂ ପରେ ମଙ୍ଗଳ ଆଳତି ,ମଇଲମ ଆଦି ସମସ୍ତ ରୀତିନୀତି ନିର୍ଦ୍ଧିଷ୍ଟ ସମୟ ଅନୁସାରେ ସଂପାଦନ ହେବା ପରେ ଆଭାସି ଜରିଆରେ ବାବାଙ୍କ ଦର୍ଶନ କରିଛନ୍ତି ଭକ୍ତମାନେ।ଆଜି ବାବାଙ୍କ ବଡ଼ ସିଂହାର ବେଶ ସହ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି  ଏଲଇଡି ସ୍କ୍ରିନରେ  ଭକ୍ତମାନଙ୍କୁ । ପୂଜକ ପରିବାର ପକ୍ଷରୁ ବଡ଼ଓଷା ନିମିତ୍ତ  ନିଷ୍ଠାର ସହିତ ଗଜଭୋଗ ଓ  ତରଣ ପ୍ରସ୍ତୁତ କରାଯାଇ ଆଜି ମଧ୍ୟରାତ୍ରିରେ ବାବା ଧବଳେଶ୍ବରଙ୍କଠାରେ  ଭୋଗ ଲାଗି କରାଯାଇ ସୋମବାର  ଭୋର ୫ଟା ସମୟରେ ଶ୍ରଦ୍ଧାଳୁମାନଙ୍କୁ ପୂଜକମାନେ ଭୋଗ ବଣ୍ଟନ କରିବେ ବୋଲି ଜଣାପଡ଼ିଛି ।  ବାବା ଙ୍କ ପୀଠରେ ଆଜି ବଡ଼ ଓଷା ଲାଗି ଅଧିକ ରୁ ଅଧିକ ଭକ୍ତ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ  ବ୍ୟବସ୍ଥା କରାଯାଇଥିଲା।
Leave A Reply