Odisha news

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୬ତ୍ତମ ଜନ୍ମ ଦିନରେ ଆଠଗଡ଼ ବିଜୁ ଜନତା ଦଳ ତରଫରୁ ସମସ୍ତ ପଞ୍ଚାୟତ ରେ ପ୍ରଦିପ ପ୍ରଜ୍ବଳନ

0

ଆଠଗଡ ତା ତା ୧୬/୧୦/୨୨ ଆଠଗଡ଼ ବ୍ଲକ ରେ ଥିବା ସମସ୍ତ ୩୪ ପଞ୍ଚାୟତ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମ ଦିନ ଉପଲକ୍ଷେ ଆଠଗଡ଼ ବିଜୁଜନତା ଦଳ ତରଫରୁ  ସକାଳ ୭ ଟା ରେ ସର୍ପେଶ୍ୱର ଓ ୯ଟାରେ  ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କର ସୁପୁତ୍ର ଆଦିତ୍ୟ ପ୍ରତାପ ସ୍ବାଇଁ ଯୋଗ  ଦେଇ ମୁଖ୍ୟମନ୍ତ୍ରୀ ଙ୍କର ଦିର୍ଘାୟୁ କାମନା କରିବା ସହିତ ପ୍ରଦିପ ପ୍ରଜ୍ବଳନ କରିଥିଲେ। ସେହିପରି କୁଲାଇଲୋ ପଞ୍ଚାୟତ ସ୍ଥିତ  ତଳଗଡ ସପ୍ନେ ଶ୍ୱର ମନ୍ଦିର ନିକଟରେ ପଞ୍ଚାୟତ ସଭାପତି ସୁଶାନ୍ତ କୁମାର ଦାସ ଙ୍କ ତତ୍ତ୍ୱାବଧାନରେ  ଯୁବ ନେତା ଆଶୁତୋଷ ମହାନ୍ତି, ଛାତ୍ର ନେତା ସଂଗ୍ରାମ ସ୍ୱାଇଁ ଙ୍କ ସହ  ୧୫୦ ରୁ ଉର୍ଦ୍ଧ ମହିଳା ମାନେ ଉପସ୍ଥିତ ରହି  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରିବା ସହିତ ପ୍ରଦିପ ପ୍ରଜ୍ବଳନ କରିଥିଲେ। ଆଠଗଡ ବିଜୁ ଜନତା ଦଳ ତରଫରୁ  ରବିବାର ଦିନ ଯୋରନ୍ଦା ପଞ୍ଚାୟତ ରେ ଜନ ସମ୍ପର୍କ ପଦଯାତ୍ରା  ଆରମ୍ଭ ହୋଇଛି। ସରକାରଙ୍କ ର ବିଭିନ୍ନ ଜନ କଲ୍ୟାଣ ଯୋଜନା ଓ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉସ୍ଚଗିକୃତ ସେବା ମନୋଭାବର ପଟ୍ଟାନ୍ତର ନାହିଁ ବୋଲି ଉଲ୍ଲେଖ କରିଥିଲେ । ଏହି ଜନସଂପର୍କ ପଦଯାତ୍ରା ରେ  ଆଠଗଡ ବିଜୁ ଜନତା ଦଳ ସଭାପତି ରବୀନ୍ଦ୍ର ନାଥ ରାଉତ,  କଟକ ଜ଼ିଲ୍ଲା ଉପସଭାପତି ନୃସିଂହ ଚରଣ ମହାପାତ୍ର, ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା ,ପୃର୍ବତନ କଟକ ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷ ସୁନୀଲ କୁମାର ପରିଡା , ବ୍ଲକ ଛାତ୍ର ସଭାପତି ସତ୍ୟପ୍ରିୟ ମହାନ୍ତି, ନିରାକାର ଲେଙ୍କା ଙ୍କ ସହିତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସହ ଅନେକ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

Nalco
Leave A Reply