Odisha news

ବିରଜା ଦର୍ଶନ ପାଇଁ ଯିବା ବେଳେ ଛତିଆରେ ଦୁର୍ଘଟଣା : ପ୍ରାକ୍ତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ଦୁଇ ଭାଉଜଙ୍କ ମୃତ୍ୟୁ

0
ଚଣ୍ଡିଖୋଲ,୧୬/୧୦ :  ଭୁବନେଶ୍ୱରରୁ ଯାଜପୁରର ମା’ବିରଜାଙ୍କ ଦର୍ଶନ ପାଇଁ ଏକ ଟାଭରାରେ ଯାଉଥିବା ବେଳେ ଛତିଆ ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ପ୍ରାକ୍ତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢ଼ୀଙ୍କ ଦୁଇ ଭାଉଜଙ୍କ ଶୋଚନୀୟ ମୃତ୍ୟୁ ଘଟିଛି! ମୃତ ଦୁଇ।ମହିଳାଙ୍କ ନାମ ଗିତାଞ୍ଜଳୀ ପାଢ଼ୀ(୬୬) ଓ ସୁଚିତ୍ରା ପାଢ଼ୀ(୫୩)! ରବିବାର ସକାଳ ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା! ଭୁବନେଶ୍ୱର ସହିଦନଗର ସ୍ଥିତ ଉର୍ମିଳା ଭବନ ଆପାର୍ଟମେଂଟରେ ରହୁଥିବା ଶ୍ରୀମତୀ ପାଢୀଙ୍କ ଏହି ସମ୍ପର୍କୀୟ ମାନେ ଓଡି ୦୨ ଏ ଏଲ ୭୮୩୪ ନମ୍ବର ଟାଭେରାରେ ମା’ବିରଜାଙ୍କ ଦର୍ଶନ ପାଇଁ ଯାଉଥିଲେ! ଛତିଆ ଭଟିଆ ପୋଖରୀ କାକେରା ବଜାର ନିକଟରେ ଗାଡିରଖି ଡ୍ରାଇଭର ସହ ଅନ୍ୟମାନେ କାକରା କିଣିଥିଲେ! ସେମାନେ ଗାଡିରେ ବସି ପୁନର୍ବାର ଯାତ୍ରା ଆରମ୍ଭ କରୁଥିବା ବେଳେ ଦୃତଗତୀରେ ଆସୁଥିବା ଏପି ୨୬ ଟିଡି ୫୪୪୫ ନମ୍ବର ଟ୍ରକ ସେମାନଙ୍କ ଗାଡିକୁ ପଛପଟୁ ବହୁଯୋରରେ ଧକ୍କା ଦେଇଥିଲା! ଫଳରେ ଟାଭେରାର ପଛ ଡୋର ଛିଡି ଯାଇ ଭିତରେ ବସିଥିବା ଗିତାଞ୍ଜଳୀ ଓ ସୁଚିତ୍ରା ଉଭୟେ ହଠାତ ଗାଡିରୁ ବାହାରକୁ ଛିଟିକି ତଳେ ପଡି ଯାଇଥିଲେ! ସେମାନେ ତଳେ ପଡିଯିବା ପରେ ଉକ୍ତ ଟ୍ରକଟି ସେମାନଙ୍କ ଉପରେ ମାଡିଯାଇଥିଲା ଓ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା!ଏହି ଦୁଖଦ ଘଟଣା ଘଟିବାପରେ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା! ଘଟତା ସ୍ଥଳରେ ବୈରୀ ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଟିଯାକ ଗାଡିକୁ ଜବତ କରିବାସହ ମୃତଦେହକୁ ବ୍ୟବଛେଦ ପାଇଁ ବଡଚଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ! ପରେ ମୃତ ଦୁଇ ମହିଳାଙ୍କ ପକ୍ଷରୁ ଗୋପାଳକୃଷ୍ଣ ପାଢ଼ୀଙ୍କ ଏତଲାକୁ ଭିତିକରି ବୈରୀ ଥାନାରେ ପୋଲିସ ଏକ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି! ଦୁର୍ଘଟଣା ପରେ ରାସ୍ତା ପାର୍ଶ୍ଵରେ ବେଆଇନଭାବେ ଦୋକାନ ଖୋଲିଥିବା କାକରା ବଜାରର ସମସ୍ତ ଦୋକାନୀ ସେମାନଙ୍କ ଦୋକାନ ବନ୍ଦକରି ପଳାଇଥିବା ଦେଖାଯାଇଛି! ଏଠାରେ ରାସ୍ତା ପାର୍ଶ୍ଵରେ ଦୋକାନ ଯୋଗୁଁ ଜାତୀୟ ରାଜପଥରେ ନାହିଁ ନଥିବା ଗହଳି ହେବାସହ ଶତାଧିକ ଗାଡି ରାସ୍ତା ଉପରେ ଛିଡାହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରି ଆସୁଥିଲେ! ଏଥି ପାଇଁ ଦୀର୍ଘ ଦିନହେବ କ୍ରମାଗତ ଦୁର୍ଘଟଣା ଘଟିଚାଲିଥିଲେ ମଧ୍ୟ ସ୍ଥାନୀୟ ପୋଲିସ ସେଥିପ୍ରତି ଦୃଷ୍ଟି ଦେଉନଥବା ଅଭିଯୋଗ ହୋଇଛି
Nalco
Leave A Reply