Odisha news

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଦୀପଦାନ

0

କୋଣାର୍କ,୧୬.୧୦- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନ ଉପଲକ୍ଷେ କୋଣାର୍କ ନିକଟସ୍ଥ କରମଙ୍ଗା ଗ୍ରାମରେ ଥିବା ରାମ ମନ୍ଦିରରେ  କୋଣାର୍କ ଏନଏସି ବିଜେଡ଼ି ପକ୍ଷରୁ ୭୭ଟି ଦୀପଦାନ କରଯାଇଛି। କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କାଉନସିଲର ବିଶ୍ବମ୍ବର ବିଶ୍ବାଳ, ପୁର୍ବତନ କାଉନସିଲର ପଦ୍ମ ଚରଣ ବେଉରା, ପ୍ରତାପ ଗୋଛାୟତ ଓ ସୁଶାନ୍ତ ବେଉରା ଓ ଅଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା ସହ ଦୀର୍ଘଜୀବି ହେବା ପାଇଁ ପ୍ରଭୂ ଶ୍ରୀ ରାମଙ୍କ ପ୍ରାଙ୍ଗଣରେ ୭୭ଟି ଘିଅ ଦୀପ ଲଗାଇ ଶୁଭ କାମନା ଜଣାଇଥିଲେ।

Nalco
Leave A Reply