Odisha news

ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିରରେ ୧୪୨ ଅଭିଯୋଗ ର ଶୁଣାଣି

0

ଆଠଗଡ ତା ୧୨-୦୯-୨୨ ଆଜି ଆଠଗଡ଼ ବ୍ଲକ ସଭା ଗୃହ ରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀ ଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ୧୪୨ ଟି ଅଭିଯୋଗ ର ଶୁଣାଣି କରିଥିଲେ।ସେଥି ମଧ୍ୟରୁ ୧୩୦ ଟି ବ୍ୟକ୍ତିଗତ ଏବଂ ୧୨ ଟି ସାମୁହିକ ଅଭିଯୋଗ ଥିବା ବେଳେ ୫୮ ଟି ଅଭିଯୋଗ ର ତତ୍କାଳ ଫଏସଲା କରା ଯାଇଥିଲା। ସବୁଠାରୁ ଫୋକସ ରେ ଥିବା ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମର ଜମି ଜବରଦଖଲ ଅଭିଯୋଗ। ବିଦ୍ୟାଳୟ ର ଇଞ୍ଚେ ବି ଜମି ଜବରଦଖଲ ହେବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ଅଭିଯୋଗକାରୀ ମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସୂଚନା ଯୋଗ୍ୟ ଜିଲ୍ଲାପାଳ ଙ୍କ ପୋଷ୍ୟ ସ୍କୁଲ ଭାବେ ବିଶ୍ଵନାଥ ବିଦ୍ୟାପୀଠ ର ଉନ୍ନତିକରଣ ହୋଇ ଥିବା ବେଳେ ମିନି ଷ୍ଟାଡିୟମର ଜମି ଜବରଦଖଲ କୁ ନେଇ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଜନଶୁଣାଣି କାର୍ଯ୍ୟକ୍ରମ ରେ କନ୍ତୋଲ ର ସନାତନ ସାହୁ, ରାଧା ଦାମୋଦର ପୁର ର ମାନସୀ ପୁହାଣ, ବୀର କିଶୋର ପୁର ର ଅଭିରାମ ପ୍ରଧାନ ଙ୍କୁ ଚିକିତ୍ସା ନିମନ୍ତେ ରେଡକ୍ରସ ପାଣ୍ଠି ରୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଜିଲ୍ଲାପାଳ ଙ୍କ ସହିତ କଟକ ଗ୍ରାମାଞ୍ଚଳ ଏସପି ବି ଯୁଗଳ କିଶୋର ଵୋନାଥ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତ ରାଏ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ଵର କର, ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ଉପଖଣ୍ଡ ଚିକିତ୍ସାଧିକାରୀ ଡା ବିଜୟ କୁମାର ମିଶ୍ର, ଆଠଗଡ଼ ବିଡ଼ିଓ ଅରୁଣ କୁମାର ଦାସ, ତହସିଲଦାର ପ୍ରିୟବ୍ରତ ଦାସ ଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Nalco
Leave A Reply