ଆଠଗଡ ତା୧୭/୮/୨୨ ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମ ର ମହାନଦୀ ଗର୍ଭସ୍ଥ ମା ଅମଙ୍ଗେଇ କୁଦ, ରେ ଜାଗା ଥିବା ଧର୍ଯ୍ୟଧର ଦଳାଇ ଓ ତାଙ୍କର ପୁଅ ଟିକି ଦଳାଇ ଗ୍ରାମର କିଛି ଲୋକଙ୍କ ଠାରୁ ୠଣ ଓ ବ୍ୟାଙ୍କରୁ କିଛି ୠଣ ଆଣି ଅମଙ୍ଗେଇ କୁଦରେ ଛେଳି ଓ କୁକୁଡ଼ା ଚାଷ କରିଥିଲେ, ବାପ ପୁଅ ପ୍ରତିଦିନ ନିଜର ହୁଲି ଡଙ୍ଗାରେ ଖାଦ୍ୟ ସାମଗ୍ରୀ ଧରି କୁଦକୁ ଯାଇଥାନ୍ତି, ଏବଂ ଦୁଇ ତିନି ଦିନରେ ଥରେ ଫେରି ଆସି ପୁଣି ଖାଦ୍ୟ ସାମଗ୍ରୀ ଧରି ଯାଇଥାନ୍ତି, କିନ୍ତୁ ଗତ ୧୨ ତାରିଖରେ ବାପପୁଅ ଅନୁରୂପ ଭାବେ ଖାଦ୍ୟ ବସ୍ତ୍ର ସହ ନିଜର ଛେଳି ଓ କୁକୁଡ଼ାଙ୍କ ଖାଦ୍ୟ ନେଇ କୁଦକୁ ଯାଇଥିଲେ, କିନ୍ତୁ ପୃର୍ବରୁ ଲଘୁଚାପ ଜନିତ ବର୍ଷା ଓ ମହାନଦୀରେ ବନ୍ୟା ଆସିବାର ସୂଚନା ପାଇ ପାରି ନ ଥିଲେ, ଫଳରେ ହଟାତ ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ମହାନଦୀରେ ବନ୍ୟା ଆସିଥିଲା, ଫଳରେ ବାପପୁଅ ହୁଲି ଡଙ୍ଗାରେ ମହାନଦୀର ପ୍ରବଳ ସ୍ରୋତରେ ଗାଁକୁ ଆସି ନ ପାରି ୫ ଦିନ ହେବ ନିଜର ଛେଳି କୁକୁଡାଙ୍କର ଖାଦ୍ୟ ସରିବାକୁ ବସିଥିବା ବେଳେ ନିଜର ମଧ୍ୟ ଖାଦ୍ୟ ସାରିବାକୁ ବସିଥିଲା, ଫଳରେ ପରିବାର ଓ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଗୋଚର କରିଥିଲେ, ଏହି ଖବରରେ ବାପପୁଅ ମହାନଦୀ ମଧ୍ୟଭାଗରେ ଥିବା ଅମଙ୍ଗେଇ କୁଦରେ ଫସି ରହିଛନ୍ତି, ତାଙ୍କର ଉଦ୍ଧାର ପାଇଁ ଆଜି କନ୍ଦରପୁର ଗ୍ରାମରେ ଓଡ୍ରାପ ଟିମ,କୃଷି ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ, ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୃଷ୍ଣ ବିଶି, ଥାନା ଅଧିକାରୀ ବାମଦେବ ସ୍ୱାଇଁ ଓ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ଏକ ଡାକ୍ତରୀ ଦଳ କନ୍ଦରପୁର ମହାନଦୀ କୂଳରେ ପହଂଚିଥିଲେ,ଓଡ୍ରାପ ଟିମ ଏକ ଦଳ ପାୱାର ବୋଟ ସାହାଯ୍ୟରେ ମହାନଦୀ ପ୍ରଖର ସ୍ରୋତରେ ଅମଙ୍ଗେଇ କୁଦ ଯାଇଥିଲେ, କୁଦରେ ଥିବା ବାପ ପୁଅ ଛେଳି ଓ କୁକୁଡ଼ାଙ୍କୁ ଛାଡି ଗାଁକୁ ଆସିବାକୁ ଇଛା ନ ଥିବା ପ୍ରକଶ କରିଥିବା, ବେଳେ ସେମାନଙ୍କ ଉଦ୍ଧାର ପାଇଁ ଆଠଗଡ ଉପଖଣ୍ଡ ପ୍ରଶାସନ ସହ ମନ୍ତ୍ରୀ ଅପେକ୍ଷା କରିଥିବା କଥା ପ୍ରକାଶ କରିବା ପରେ ବାପ ପୁଅ ଆସିଥିଲେ, କିନ୍ତୁ ତାଙ୍କର ୠଣ କରି ଛେଳି କୁକୁଡ଼ା ମହାନଦୀ ପାଣିରେ ଭାସିଯିବା ଭୟ ସହ ୠଣ ଭାର ଚିନ୍ତାରେ ଥିଲେ।ଏପଟେ ଆସି ପହଞ୍ଚିବା ପରେ ଡ଼ଃ ସୁବାସ ଚନ୍ଦ୍ର ପାତ୍ର ବାପ ଓ ପୁଅ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଉଭୟ ସୁସ୍ଥ ଅଛନ୍ତି ବୋଲି କହିଥିଲେ।