ଆଠଗଡ଼ ତା ୦୩-୦୪-୨୪ ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ପାରିଜାତ ହୋଟେଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦୁଇ ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ଘଟଣାରୁ ପ୍ରକାଶ ଯେ ଆଜି ଭୋର ୫ ଟା ସମୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଗ୍ରାମର ଚଣିଆ ବାରିକ (୪୮) ଏବଂ ତାଙ୍କ ସ୍ତ୍ରୀ ରେବତୀ ବାରିକ(୪୨) ନିଜ ନାତୁଣୀ କୁ ଦେଖିବା ପାଇଁ ମୋଟରସାଇକେଲ ନଂ ଓଡି-୦୬– ଜେ-୧୦୬୦ ରେ ଆଠଗଡ଼ ଡାକ୍ତରଖାନା କୁ ଆସୁଥିବା ବେଳେ ପାରିଜାତ ହୋଟେଲ ନିକଟରେ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ତାଙ୍କ ଉପରେ ଚଢିଯିବାରୁ ସ୍ତ୍ରୀ ଛଟିକି ପଡ଼ି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ମୃତ୍ୟୁବରଣ କରିଥିବା ବେଳେ ସ୍ବାମୀ ଚଣିଆ ବାରିକ କୁ ଟ୍ରକ ପାଖାପାଖି ୧୦୦ ମିଟର ଘୋଷାଡି ନେବା ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି ।ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋଟରସାଇକେଲ କୁ ଜବତ କରି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଟ୍ରକକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଦୁର୍ଘଟଣା ଘଟାଇ ଟ୍ରକ୍ ଟି ଶଙ୍କର ପୁର ଢେଙ୍କାନାଳ ରାସ୍ତା ରେ ଯାଇଥିବା ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ ପରେ ଜାଣିବାକୁ ପାଇଥିଲା। ଆଠଗଡ଼ ଥାନା କେସ ନଂ ୧୧୦/୨୪ ଅନୁସାରେ ବିଭିନ୍ନ ସୂଚନା କୁ ଆଧାର କରି ଢେଙ୍କାନାଳ ଜିଲ୍ଲା ସଦର ଥାନା ବଳଦିଆ ବନ୍ଧ ନିକଟରୁ ଫେରାର ଟ୍ରକ୍ ନଂ ଓଆର -୦୨- ଟି -୧୬୮୮ କୁ ଜବତ କରି ଥିବା ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ସମ୍ଭୁତି ପଣ୍ଡା ସୂଚନା ଦେଇଛନ୍ତି।
