ଆଠଗଡ ୧୭-୩-୨୪ ରବିବାର ଅପରାହ୍ନ ସମୟରେ ଖୁଣ୍ଟୁଣୀ ପଟରୁ ଏକ ଟ୍ରକ ଆସୁଥିବା ବେଳେ ଗୋପୀନାଥପୁର ନିକଟରେ ରାସ୍ତା ଉପରେ କୌଣସି କାରଣରୁ ଠିଆ ହୋଇଥିଲା। ଏହି ସମୟରେ ବିପରୀତ ଦିଗରୁ ଏକ ଅକ୍ସିଜେନ ଲୋଡ୍ ପିକ ଅପ ଗାଡି ଆସି ଟ୍ରକ ସହ ମୁହାଁମୁହିଁ ଧକ୍କା କରିଥିଲା। ପିକ ଅପ ଗାଡିର ଆଗ ପଟ ଅଂଶ ଭାଙ୍ଗିରୁଜି ଯାଇଥିଲା। ପିକ ଅପ ଡ୍ରାଇଭର ଗୁରୁତର ହୋଇ ପଡିଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ୧୦୮ କୁ ଖବର ଦେଇଥିଲେ। କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚି ପିକ ଅପ୍ ଗାଡ଼ି ଡ୍ରାଇଭରକୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଆଠଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି କେସ ନଂ ୯୦/୨୪ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ମୃତ ଡ୍ରାଇଭର ହେଲେ ବଡମ୍ବା ବନମାଳିପୁର ଗ୍ରାମର ତ୍ରିଲୋଚନ ସାହୁ(୩୫) ବୋଲି ଆଠଗଡ ଥାନା ସବ ଇନ୍ସପେକ୍ଟର ବିଶ୍ବଜିତ ଜେନା ପ୍ରକାଶ କରିଛନ୍ତି।
