Odisha news

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ। କର୍ମଚାରୀଙ୍କ କଥାରେ ତାଳମେଳ ନାହିଁ।

0
ଆଠଗଡ଼ ତା ୧୩-୧୧-୨୩ ଆଠଗଡ଼ , ତିଗିରିଆ ଅଞ୍ଚଳ ପାଲଟିଛି ଚୋର  ଡକାୟତି ମାନଙ୍କ ଆଡାସ୍ଥଳୀ। ଆଠଗଡ଼ ଏବଂ ତିଗିରିଆ ପୋଲିସ ଙ୍କୁ ଚକମା ଦେଖାଇ ଗୋଟିଏ ପରେ ଗୋଟିଏ ଲୁଟି ଚାଲିଛନ୍ତି।ତିଗିରିଆ ଅଞ୍ଚଳ ରେ ଦୁଇ କୋଟି ଟଙ୍କା ରୁ ଉର୍ଦ୍ଧ ଲୁଟ୍ ହୋଇଥିବା ବେଳେ ଦୀର୍ଘ ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଲୁଟେରା ଧରାପଡିନଥିବା ବେଳେ ଆଜି ସୋମବାର ସକାଳୁ ବନ୍ଧୁକ ମୁନରେ ଏକ ଲକ୍ଷ ଟଙ୍କା ରୁ ଅଧିକ ଟଙ୍କା ର ଲୁଟ୍ ହୋଇ ଥିବା ଅଭିଯୋଗ କଲେ କର୍ମଚାରୀ। ପୋଲିସ ଯାଇ ତଦନ୍ତ କଲା। କର୍ମଚାରୀ ମାନଙ୍କୁ ପଚରାଉଚରା ମଧ୍ୟ କରାଗଲା। କିନ୍ତୁ ସନ୍ଧ୍ୟା ବେଳକୁ ଲୁଟ ଟଙ୍କା ର ପରିମାଣ ବଦଳିଗଲା।ଆଜି ଭୋର ପ୍ରାୟ ସାଢେ଼ ଚାରିଟା ସମୟରେ ଅନଲାଇନ୍ ଡେଲିଭରି ସଂସ୍ଥା ଫ୍ଲିପକାର୍ଟ ର ଗାଡ଼ି ଅନଲୋଡ ହେଉଥିବା ବେଳେ ଦୁଇ ଜଣ ମୁଖାପିନ୍ଧା ଦୁବୃର୍ତ୍ତ ଏକ ମୋଟର ସାଇକେଲ ରେ ଆସି ସେଠାରେ ଦୁଇ ଦିନ ତଳେ ଦାଇତ୍ୱ ରେ ଥିବା କର୍ମଚାରୀ ରଶ୍ମି ରଞ୍ଜନ ତ୍ରିପାଠୀ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକର କାଟି ସେଥିରେ ଥିବା ଏକଲକ୍ଷ ୨୭ ହଜାର ଟଙ୍କା ଲୁଟି ନେଇଥିବା ପୋଲିସ ଆଗରେ ପ୍ରକାଶ କରିଥିଲେ। କିନ୍ତୁ ସନ୍ଧ୍ୟା ବେଳକୁ ସେହି ଲୁଟ ଟଙ୍କା ର ପରିମାଣ ବଦଳିଗଲା। ଏବେ ସନ୍ଧ୍ୟା ସମୟରେ ପୋଲିସ ଡାକିବାରୁ ସଂସ୍ଥା ର ଏରିଆ ମ୍ୟାନେଜର ସୀତାଶୁଂ ଶେଖର ପଣ୍ଡା ୩ ଲକ୍ଷ ୫୮ ହଜାର ଟଙ୍କାର ଲୁଟ ହୋଇଥିବା ଏତଲା ଦେଇଛନ୍ତି। ଘଟଣା ରୁ ପ୍ରକାଶ ପୂର୍ବରୁ ଇଲାଷ୍ଟିକ ରନ୍ ( ଫ୍ଲିପକାର୍ଟ) କମ୍ପାନୀ ର ଆଠଗଡ଼ ରାସରସିକ ପୁର ରେ କାର୍ଯ୍ୟାଳୟ ଥିବା ବେଳେ ପାଞ୍ଚ ଥରରୁ ଉର୍ଦ୍ଧ୍ବ ଥର ବିଭିନ୍ନ ନାଟକୀୟ ଢଙ୍ଗରେ ଏଭଳି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଆଠଗଡ଼ ଥାନା ରେ ଏତଲା ହୋଇ ଥିବା ଜଣାପଡ଼ିଛି। ଏବେ ଅଶୋକ ନଗର ଅଞ୍ଚଳ ର ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ସଂସ୍ଥା ର ଏହି କାର୍ଯ୍ୟାଳୟ ରୁ ଆଜି ପୁଣି ଥରେ ନାଟକୀୟ ଢଙ୍ଗରେ ଲୁଟ୍ ହେଵା ଏବଂ କର୍ମଚାରୀ ମାନଙ୍କ କଥାରେ ତାଳମେଳ ରହୁନଥିବା ସାଧାରଣ ରେ ସନ୍ଦେହ ସୃଷ୍ଟି କରିଛି।ଏ ବାବଦରେ ଆଠଗଡ଼ ଥାନା କେସ ନଂ ୨୪୬/୨୩ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଵା ସହିତ କମ୍ପାନୀ ର ଏରିଆ ମ୍ୟାନେଜର ସୀତାଶୁଂ ଶେଖର ପଣ୍ଡା,ଓଡିଶା ମୁଖ୍ୟ ସମୀର ଵଚର ଏବଂ ରଶ୍ମି ରଞ୍ଜନ ତ୍ରିପାଠୀ, ବାପୁଜୀ ପରିଡ଼ା, ଜ୍ଞାନ ରଞ୍ଜନ ବେହେରା ଙ୍କୁ ଅଟକ ରଖି ପଚରାଉଚରା କରୁଛି। କଟକ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ, ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରମୁଖ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି।
Ad2
Leave A Reply