ଆଠଗଡ଼ ତା ୦୯-୧୧-୨୩ ଆଜି ଆଠଗଡ଼ ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ଼ ସହକାରୀ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ସାହୁ,ଜେ ଏମ୍ ଏଫ୍ ସି ସମ୍ଵେଦନା ସମ୍ବିତ ଅତିଥି ଭାବରେ ଯୋଗଦେଇ ଶିକ୍ଷକ ମାନେ କେଉଁ କେଉଁ ଆଇନ ବାବଦରେ ସଚେତନ ହେଵା ଆବଶ୍ୟକ ତା ଉପରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ତାଲୁକ ଆଇନ ସେବା କମିଟି ର ସଂଯୋଜକ ଜ୍ଞାନ ପ୍ରକାଶ ଧଳସାମନ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାଳନ୍ଦୀ ସାହୁ, ଶିକ୍ଷକ ଶୁଭାଶିଷ ଥମ୍ଵ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।
