ଆଠଗଡ଼ ତା ୨୭-୧୦-୨୩ ଆଠଗଡ଼ ନିର୍ବାଚନ ମଣ୍ଡଳୀର ୫୬ ଜଣ ଦିବ୍ୟାଙ୍ଗ ଙ୍କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ଦ୍ଵାରା ନିଜସ୍ଵ ପାଣ୍ଠିରୁ ବ୍ୟାଟେରୀ ଚାଳିତ ତିନି ଚକିଆ ସ୍କୁଟି ପ୍ରଦାନ କରିଛନ୍ତି। ସ୍ଥାନୀୟ ମହୋତ୍ସବ ପଡ଼ିଆ ଠାରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ସ୍କୁଟି ପାଇବା ଦ୍ୱାରା ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନେ ପରିବାର କିମ୍ବା ସମାଜ ଉପରେ ବୋଝ ନହୋଇ ନିଜେ ସ୍ୱାଭଲମ୍ବି ହୋଇପାରିବେ ବୋଲି କହିଛନ୍ତି। ଏହି ଅବସରରେ ଓଡିଶା ଓ ମୋ ପରିବାର ଓ ଜିବନ ବିନ୍ଦୁ ପକ୍ଷରୁ ଜାନୁଆରୀ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ୩୪୪୫ ୟୁନିଟ ରକ୍ତ ସଂଗ୍ରହ କରି ଆଠଗଡ଼ କଟକ ଜିଲ୍ଲାରେ ପ୍ରଥମ ହୋଇଥିବାରୁ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖୁଣ୍ଟୁଣୀ,କଣ୍ଡେରେଇ ଓ ପୁରୁଣା ତିଗିରିଆ ପଞ୍ଚାୟତ ର କର୍ମକର୍ତ୍ତାଙ୍କୁ ପୁରସ୍କୃତ କରିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୧୩୦ ଜଣ ଚାଷୀ ଙ୍କୁ ଉଦ୍ୟାନ କୃଷିର ବିକାଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ଲାଷ୍ଟିକ ଟ୍ରେ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଆଠଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁବାସ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ମୀନତି ଗାଗରାଇ, ବଳଭଦ୍ର ବାଘ, ଉଦ୍ୟାନ ଉପ କୃଷି ନିର୍ଦେଶକ ଜୟନ୍ତ ନାୟକ, ସହକାରୀ ନିର୍ଦେଶକ ବିଷ୍ଣୁ ପ୍ରସାଦ ସିଂ, ଜିବନ ବିନ୍ଦୁ ସଂଯୋଜକ ପଦିପ୍ତ ଦାସ, ରାକେଶ ଦାସ, ଶିଶିର ପ୍ରସାଦ ମାନସିଂହ, ଯୋଗଦେଇଥିଲେ। ରାଜ୍ୟ ବିହନ ଯୈବିକ ପ୍ରାମାଣିକ ସଂସ୍ଥା ର ନିର୍ଦେଶକ ନିରାକାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ।