Odisha news

ଆଠଗଡ଼ ରେଞ୍ଜ ରେ ହାତୀ ମୃତୃ କୁ ଲଗାମ ନାହଁ : ଆଠଗଡ଼ ରେଞ୍ଜ ରେ ଶ୍ରୀହୀନ ହୋଇଜିବେ ଗଜରାଜ

0
ଆଠଗଡ଼ ତା ୨୬-୧୦-୨୩  ଆଠଗଡ଼ ରେଞ୍ଜ ରେ  ହାତୀ ମୃତ୍ୟୁକୁ ଲଗାମ ନାହିଁ। ବନବିଭାଗ କର୍ମଚାରୀ ମାନଙ୍କ ପାଇଁ ଆଠଗଡ ରେଞ୍ଜରେ ଶ୍ରୀହୀନ ହେବାକୁ ବସିଛି ଗଜରାଜଙ୍କର ବଂଶ । ଗୋଟିଏ ପଟେ ବେଫିକର ବନ କର୍ମଚାରୀ ରହୁଥିବା ବେଳେ ଅନ୍ୟପଟେ ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ମଧ୍ୟରେ ରାଜକୀୟ ଢଙ୍ଗରେ ଯିବନ ଜାପନ କରୁଛନ୍ତି। କିଛି ଦିନ ବ୍ୟବଧାନ ପରେ ବିଦ୍ୟୁତ ଆଘାତରେ ହାତୀ ସହିତ ବାରହା ର ମୃତ୍ୟୁ ଆଠଗଡ଼ ବନବିଭାଗ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତୀ ମୃତ୍ୟୁ କୁ ନେଇ ରେଞ୍ଜର କୁ ଯୋଗାଯୋଗ କରିବାରୁ ସେ କହୁଛନ୍ତି ଆମର ସେପଟେ କ’ଣ କାମ ଯେ ଜାଣିବୁ। କେମିତି ମଲା ପଚାରିଲେ କହୁଛନ୍ତି ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ କହିବୁ ତ ପୁଣି କହୁଛନ୍ତି ଏହା ଏକ ସ୍ଵାଭାବିକ ମୃତ୍ୟୁ।ଏ ସମ୍ପର୍କରେ ଖବର ପାଇ ଆଠଗଡ଼ ବନଖଣ୍ଡ ଅଧିକାରୀ ଡ଼ଃ ଯଜ୍ଞ ଦତ୍ତ ପତି ବିଭାଗୀୟ ଅଧିକାରୀ ମାନଙ୍କୁ ଧରି ତଦନ୍ତ କଲା ବେଳେ ଘଟଣା ସ୍ଥଳରୁ ଖୋଲା ବିଦ୍ୟୁତ ତାର ପ୍ଲାଷ୍ଟିକ ପାଇପ ଆଦି ଜବତ କରିଛନ୍ତି। ଏମିତି ସମୟରେ ଆଠଗଡ଼ ରେଞ୍ଜର ତଦନ୍ତ ପ୍ରକ୍ରିୟା ରେ ସହଯୋଗ କରୁ ନ ଥିବା ଦେଖିବାକୁ ମିଳିଥିଲା।ମୃତ ହାତୀ ର ଶଵ ଵ୍ୟଵଚ୍ଛେଦ କରିବା ସହ ନମୁନା ଓ ୟୁ ଏ ଟି କୁ ପଠା ଯାଇଥିବା ବେଳେ ତଦନ୍ତ ଦାଇତ୍ୱ ସହକାରୀ ଵନ ସଂରକ୍ଷକ ହରେକୃଷ୍ଣ ମଲ୍ଲିକ ଙ୍କୁ ଦିଆ ଯାଇଛି। ତଦନ୍ତ ପରେ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ବନଖଣ୍ଡ ଅଧିକାରୀ ଡ଼ଃ ପତି ପ୍ରକାଶ କରିଛନ୍ତି। ଖୁଣ୍ଟକଟା ତାରିଣୀ ଛକ ଠାରୁ ଅଂଶୁପା ରାସ୍ତା ର ବେତିଆ ଧାଡି ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ପାର୍ଶ୍ବ ରେ ବାଙ୍କୀ ଥାନା କନ୍ତପହଁରା ଵରାଳ ଘର ଜମି ରେ ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା। ଉଚ୍ଚ କ୍ଷମତା ସମ୍ପନ୍ନ ଏହି ବିଦ୍ୟୁତ ଆଘାତରେ ହାତୀ ସହିତ ବାରହା ମରି ଥିବା  ଅଭିଯୋଗ ହୋଇଛି।ଗତ ପାଞ୍ଚ ଦିନ ରୁ ଅଧିକ ହେଲା ଏହି ଗୋଠଛଡା ଦନ୍ତା ହାତୀ ବୁଲୁଥିବା ବେଳେ ଆଜି ଏହାର ମୃତ ଦେହ ଠାବ ହୋଇଥିଲା। ତିଗିରିଆ ଅଞ୍ଚଳରେ ଆଠଟି ହାତୀ ଦୁଇଟି ଦଳ ହୋଇ ବୁଲୁଥିବା ବେଳେ ଆଠଗଡ଼ ଵନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାୟକ ଏବଂ ସ୍ଥାନୀୟ ଵନପାଳ ପ୍ରଶାନ୍ତ କୁମାର ପରିଡ଼ା ଙ୍କ ବନ୍ୟଜନ୍ତୁ ସୁରକ୍ଷା କୁ ନେଇ ବେପରୁଆ ମନୋଭାବ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।ଗତ ତିନି ବର୍ଷ ତଳେ ବର୍ତ୍ତମାନ ର ରେଞ୍ଜର ରବିନ୍ଦ୍ର ନାୟକ ଏଠାରେ ଡେପୁଟି ରେଞ୍ଜର ଥାଇ ରେଞ୍ଜର ଦାଇତ୍ୱ ରେ ଥିବା ବେଳେ ଶିକାରୀ ଏବଂ ବନ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଚର୍ଚ୍ଚା ର ବିଷୟ ପାଲଟିଥିଲା। ସେତେବେଳେ ଆଠଗଡ଼ ରେଞ୍ଜ ରେ ଅବାଧ ବନ୍ୟଜନ୍ତୁ ଶିକାର, ଜଙ୍ଗଲ ଜାତ ଦ୍ରବ୍ଯ ର ବେଧଡକ ଚୋରା ଚାଲାଣ ଏବଂ ଉପରିସ୍ଥ ଅଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ ଶ୍ରୀ ନାୟକ ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ କାଳୀନ ବନଖଣ୍ଡ ଅଧିକାରୀ ସୁପାରିଶ କରିଥିଲେ। କିନ୍ତୁ କେଉଁ ଅଜଣା କାରଣରୁ ତାହା ହୋଇ ନ ଥିଲା ବେଳେ କେବଳ ତାଙ୍କର ଵଦଳି କରା ଯାଇଥିଲା। ଆଜିର ଘଟଣା ପରେ ବନବିଭାଗ ଏହାକୁ ଗୁରୁତ୍ବ ର ସହିତ ଗ୍ରହଣ କରି ଏକ ଯୁଗ୍ମ ତଦନ୍ତକାରୀ ଦଳ ବରିଷ୍ଠ ଅଧିକାରୀ ଅରବିନ୍ଦ ମିଶ୍ର, ସୌମ୍ୟ ସାହୁ, ସୁଧାକର ସିଂ ପ୍ରମୁଖ ତଦନ୍ତ ଆରମ୍ଭ କରିଛନ୍ତି। ଆଠଗଡ଼ ପ୍ରାଣୀ ଚିକିତ୍ସକ ଡା ଶୁଭଶ୍ରୀ ନାୟକ ଏବଂ ଅତିରିକ୍ତ ପ୍ରାଣୀ ଚିକିତ୍ସକ ମୋନାଲିସା ସାମଲ ମୃତ ହାତୀ ଏବଂ ବାରହା ର ଶଵ ଵ୍ୟଵଚ୍ଛେଦ କରି ନମୁନା ଓ ୟୁ ଏ ଟି କୁ ପଠା ଯାଇଥିବା ଜଣାପଡିଛି। ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Leave A Reply