Odisha news

ଵହୁ ଚର୍ଚ୍ଚିତ ଯୋଡୁମୁ ହତ୍ୟାକାଣ୍ଡ ମାମଲା। ଚାରି ଜଣ ଅଭିଯୁକ୍ତ ଗିରଫ।

0
ଆଠଗଡ଼ :  ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇ ଉଗ୍ର ରୂପ ନେଇଥିଲା  ଶେଷରେ ଏକ ଜଘନ୍ୟ ହତ୍ୟାକାଣ୍ଡ ରେ ପରିଣତ ହୋଇଥିଲା।ମୃତକ କୁ ଚା ଦୋକାନରୁ ଉଠେଇ ନେଇ ଠେଙ୍ଗା ଏବଂ ଲୁହା ରଡରେ ପିଟି ପିଟି ଦରମରା କରି ସାରିବା ପରେ ଏକ ପିକ ଅପ ଗାଡି ପଛରେ ଘୋଷାଡି ଘୋଷାଡି ହତ୍ୟା କରିଥିଲେ ଅଭିଯୁକ୍ତ ମାନେ।ଗତ ଦୁଇ ତାରିଖ ଦିନ ମାଣିଆବନ୍ଧ ଥାନା ଅନ୍ତର୍ଗତ ଯୋଡୁମୁ ଗ୍ରାମ ରେ ହୋଇ ଥିବା ଏହି ସନ୍ତୋଷ ବିଶ୍ବାଳ ହତ୍ୟାକାଣ୍ଡ ସାରା ରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଘଟଣା ରୁ ପ୍ରକାଶ ଯେ ମାଣିଆବନ୍ଧ ଥାନା ଅନ୍ତର୍ଗତ ଯୋଡୁମୁ ଗ୍ରାମ ର ରାଘବ ବିଶ୍ଵାଳ ଙ୍କ ପୁଅ ସନ୍ତୋଷ ବିଶ୍ବାଳ (୩୫) ଙ୍କ ସହିତ ସେହି ଗ୍ରାମର ଦାମୋଦର ବେହେରା ଙ୍କ ପରିବାର ସହିତ ଗ୍ରାମ ରେ ଏକ ଚେକ୍ ଡ଼୍ୟାମ ନିର୍ମାଣ କୁ ନେଇ ଗତ ୨୯-୦୪-୧୭ ରୁ ଶତ୍ରୁତା ଆରମ୍ଭ ହୋଇ ଥିଲା।ଏ ବାବଦରେ ସେତେବେଳେ ବଡ଼ମ୍ବା ଥାନା ରେ ଅଭିଯୋଗ ମଧ୍ୟ ହୋଇ ଥିଲା। କିନ୍ତୁ ଗତ ୨ ତାରିଖ ଦିନ ମୃତ ସନ୍ତୋଷ ବିଶ୍ବାଳ କୁ ଏକ ଚା ଦୋକାନରୁ ଉଠାଇ ନେଇ ଦାମୋଦର ବେହେରା ଙ୍କ ତିନି ପୁଅ ଦିଲ୍ଲୀପ କୁମାର ବେହେରା ଓରଫ ଟୁଲୁ (୨୬) , ସୁରେଶ ବେହେରା ଓରଫ ସିଲୁ (୩୦) ଏବଂ ଶ୍ରୀକାନ୍ତ ବେହେରା ଓରଫ ଟୁଲୁ (୨୬) ,ତାଙ୍କ ସହିତ ଲକ୍ଷ୍ମୀଧର ରାଉତ ଙ୍କ ପୁଅ ଗୌତମ ରାଉତ (୨୪) ଏବଂ ତାଙ୍କ ଭିଣୋଇ ସୂର୍ଯ୍ୟକାନ୍ତ ପ୍ରଧାନ (୩୮) ଉଠାଇ ନେଇ ହତ୍ୟା କରି ଥିବା ଏବଂ ଏହି ଘଟଣା ର ଷଡ଼ଯନ୍ତ୍ର କାରୀ ତଥା ଘଟଣା ର ମାଷ୍ଟର ମାଇଣ୍ଡ ଭଗବାନ ବେହେରା ଙ୍କ ପୁଅ ସମୀର ବେହେରା (୨୮) ନାମରେ ସନ୍ତୋଷ ର ବାପା ରାଘବ ବଡ଼ମ୍ବା ଥାନା ରେ ଅଭିଯୋଗ ହୋଇଥିଲା। ପୋଲିସ ବଡ଼ମ୍ବା ଥାନା କେସ୍ ନମ୍ବର ୮୨/୨୩ ଧାରା ୩୬୪,୩୦୨, ଏବଂ ୩୪ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ହତ୍ୟାକାଣ୍ଡ ଘଟାଇ ସମସ୍ତ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିବା ବେଳେ ପ୍ରଥମେ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପ୍ରଧାନ କୁ ଗିରଫ କରା ଯାଇଥିଲା। ତାଙ୍କ ସୂଚନା ଆଧାରରେ ପୋଲିସ ହତ୍ୟାକାଣ୍ଡ ରେ ବ୍ୟବହୃତ ପିକ ଅପ ଭ୍ୟାନ ନଂ ଓଡି -୦୫- ଵି ଜି – ୫୪୫୫ କୁ ବଡ଼ମ୍ବା ଖଳିମାଟି ଜଙ୍ଗଲ ରୁ ଉଦ୍ଧାର କରି ଥିଲେ। ଏହି ମାମଲାରେ ପୋଲିସ ତିଗିରିଆ ଥାନା ସଵ୍ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ, ଆଠଗଡ଼ ଥାନା ସଵ୍ ଇନ୍ସପେକ୍ଟର ବିଶ୍ଵଜିତ ଜେନା ଏବଂ ମାଣିଆବନ୍ଧ ଥାନା ଅଧିକାରୀ ବସନ୍ତ କୁମାର ଶତପଥି ଙ୍କ ନେତୃତ୍ବରେ ତିନୋଟି ଟିମ୍ ଗଠନ କରାଯାଇ ଚଢାଉ ଜାରି ରହିଥିଲା। ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ସ୍ଥାନ ରେ ଚଢାଉ କରି ପୋଲିସ ସୁରେଶ ବେହେରା,ଦିଲ୍ଲୀପ ଵେହେରା,ଗୌତମ ରାଉତ ଏବଂ ସମୀର ବେହେରା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶ୍ରୀକାନ୍ତ ବେହେରା ଫେରାର ଥିବା ଆଜି ଆଠଗଡ଼ ଥାନା ରେ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ଅତିରିକ୍ତ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ମଲ୍ଲିକ, ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି, କାନପୁର ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ, ମାଣିଆବନ୍ଧ ଥାନା ଅଧିକାରୀ ବସନ୍ତ କୁମାର ଶତପଥି ଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Leave A Reply