ଆଠଗଡ ୧୬/୦୭/୨୩ ରବିବାର ଦୀର୍ଘ ଦିନ ପରେ ଆଠଗଡ ପୋଲିସକୁ ଲୁଟେରା ମାନଙ୍କ ଖୁଲମଖୁଲା ଚାଲେଞ୍ଜ ଦେଲେଣି। ରବିବାର ଦିନ ଦ୍ବିପ୍ରହରରେ ଆଠଗଡ ଟାଉନର ବାଣୀକଣ୍ଠ ନଗରସ୍ଥିତ ଶିବ ମନ୍ଦିର ନିକଟରେ ରହୁଥିବା ଗିରିଶ ଚନ୍ଦ୍ର ସ୍ବାଇଁ ଙ୍କ ଘରେ ଦୁର୍ବତ୍ତ ମାନେ ଲୁଟ କରିଛନ୍ତି। ଅପରାହ୍ନରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବତ୍ତ ମାନେ ଘରର ଗ୍ରୀଲ ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରି ଘରୋଇ ଆସବାବପତ୍ର ଖେଳାଖେଳି କରି ଗୋଦରେଜରେ ଥିବା ନଗଦ ଆଠ ହଜାର ଟଙ୍କା ଲୁଟି ନେଇଥିବା ଜଣା ପଡିଛି। ଘଟଣା ସଂପର୍କରେ ଗିରିଶ ସ୍ବାଇଁ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।