ଆଠଗଡ଼ ତା ୧୯ -୦୬-୨୩ ଆଠଗଡ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ରାଧାମାଧବପୁର ଗ୍ରାମର ମୁରଲୀଧର ସାହୁଙ୍କ ମଇଁଷି ଗୋଠରେ ବନ୍ଧା ହୋଇଥିବା ଦୁଇଟି ମଇଁଷି ବଜ୍ରପାତରେ ମୃତ୍ୟୁ ଘଟିଥିବା ଜଣାପଡିଛି।ରବିବାର ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ଘଡଘଡି ଝଡତୋଫାନ ସହିତ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାଧାମାଧବପୁର ଗ୍ରାମର ମଇଁଷି ଗୋଠରେ ବନ୍ଧା ହୋଇଥିବା ୩୦ ଟି ମଇଁଷି ମଧ୍ୟରୁ ବଜ୍ରପାତରେ ଦୁଇଟି ମଇଁଷି ଙ୍କର ମୃତ୍ୟୁ ଘଟିଛି।ଗତ ଏକ ବର୍ଷ ତଳେ ମୁରଲୀଧର ଙ୍କର ୯ ଟି ମଇଁଷି ଙ୍କୁ ହାତୀ ମାରି ଦେଇଥିବା ବେଳେ ଏବେ ଦୁଇଟି ମଇଁଷି ଙ୍କର ମୃତ୍ୟୁ ଘଟିଛି । ସେହିପରି ରାଜନଗର ଗ୍ରାମର ପ୍ରଭାକର ବେହରାଙ୍କ ଗୋଟିଏ ମଇଁଷି ଓ ଗୋଟିଏ ଗାଈ ମଧ୍ୟ ବ୍ରଜଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଖବର ପାଇଁ ସୋମବାର ଆଠଗଡ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସୁଶାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଉଭୟ ଗୋପାଳନ କରି ଗୁଜୁରାଣ ଚଳାଉଥିବା ବେଳେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହୋଇଛି।