Odisha news

ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ୫ ଜଣ ଲୁଟେରା ଗିରଫ

0

ଆଠଗଡ଼ ତା ୧୯-୦୬-୨୩ସୋମବାର ଆଠଗଡ଼ ପୋଲିସ ସବ୍ ଇନ୍ସପେକ୍ଟର ସକୁନ୍ତଳା ଦାସ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ରାତ୍ରି କାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଆଙ୍କୁଲା ପେଟ୍ରୋଲ ପମ୍ପ ସମ୍ମୁଖରେ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ୫ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି।ଗିରଫ ଯୁବକମାନେ ହେଲେ ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ଗ୍ରାମର ଶ୍ରୀନିବାସ ରାଉତଙ୍କ ପୁଅ ପିନୁ ରାଉତ(୨୬) ପ୍ରଭାକର ରାଉତଙ୍କ ପୁଅ ପିଣ୍ଟୁ ରାଉତ (୨୨) ଅମିନ ବେହେରାଙ୍କ ପୁଅ ଅରୁଣ ବେହେରା (୧୮) ଗଦାଧରପୁର ପଞ୍ଚାୟତ କୋଇଲି କନ୍ୟା ଗ୍ରାମର ଯୁଗଳ ମନ୍ତ୍ରୀ ଙ୍କ ପୁଅ ଚିନ୍ମୟ ମନ୍ତ୍ରୀ (୨୩) କେଶବ ମନ୍ତ୍ରୀ ଙ୍କ ପୁଅ କାହ୍ନୁ ମନ୍ତ୍ରୀ (୨୪) ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ଡ଼କାୟତିରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଜବତ କରିବା ସହିତ ଗୋଟିଏ ସ୍କୁଟି ନମ୍ବର ଓଡି-୦୫-ଏ ଡି-୮୭୯୩ ଏବଂ ଏକ ବୁଲେଟ ଯାହାର ନମ୍ବର ଓଡି- ୦୨ -ଏଇ- ୨୩୦୮ କୁ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରି କେସ ନମ୍ବର ୧୩୨/୨୩ ରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ବିଶ୍ବଜିତ ଜେନା ସୂଚନା ଦେଇଛନ୍ତି।

Leave A Reply