ଆଠଗଡ଼ ତା ୧୩/୪/୨୩ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗାଁ ରେ ଏକ ବିରାଟ କାୟ କୋଠାଘରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ଖବର ମିଳିବା ପରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କାଡ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଥିବା ବେଳେ ମଦ ପ୍ରସ୍ତୁତ କରୁଥିବା ମାଫିଆ ମାନେ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯୋଗ୍ୟ ଆଠଗଡ଼ ର କୋରୋଙ୍ଗା,ରାହାଙ୍ଗୁଳ ଜଙ୍ଗଲ,ଓ ଭିରୁଡା ଅଞ୍ଚଳରେ ବିପୁଳ ପରିମାଣର ଦେଶୀ ମଦ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବେଳେ ଆଠଗଡ଼ ଅବକାରୀ ବିଭାଗ ଓ ଆଠଗଡ଼ ପୋଲିସ ଏହା ଟେର ପାଉନଥିବା ବେଳେ ଫ୍ଲାଇଙ୍ଗ ସ୍ୱଆଡ ଜବତ କରିବା ନେଇ ସ୍ଥାନୀୟ ଅବକାରୀ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜିର ଚଢ଼ାଉରେ ଆଠଗଡ଼ ଅବକାରୀ ଡି ଏସ ପି ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ଫ୍ଲାଇଙ୍ଗ ସ୍କାଡ ନୀରିକ୍ଷକ ଦିଲ୍ଲୀପ କୁମାର ବେହେରା ଓ ଅଧିକାରୀ ରୋସନ ଇସୁ ହସଦା,ସଞିଦ୍ ବାଲା ଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା।