ଆଠଗଡ଼: ୨୬/୩/୨୩ ରବିବାର ଅପରାହ୍ନରେ ଅଦିନିଆ ବର୍ଷା ପବନରେ ଉଡ଼ିଗଲା ସ୍କୁଲ ଆଜବେଷ୍ଟସ। ଏପରି ଘଟଣା ଦେଖିବାକୁ ମିଳିଛି ତିଗିରିଆ ବ୍ଲକ ଅନ୍ତର୍ଗତ ନୂଆପାଟଣା ଜେମାଦେଇପୁରର ସରସ୍ବତୀ ବିଦ୍ୟା ମନ୍ଦିରର।ଆଜି ଅପରାହ୍ନରେ ହଠାତ୍ ବର୍ଷା ସହ ତୀବ୍ର ବେଗରେ ପବନ ବିଜୁଳି ହେବାରୁ ସ୍କୁଲର ଆଠ ବଖରା ଘରର ଆଜବେଷ୍ଟସ୍ ସଂପୂର୍ଣ୍ଣ ଭାବେ ଉଡି ଯାଇଛି। ଏହି ସରସ୍ବତୀ ଶିଶୁ ମନ୍ଦିର ୨୦୧୧ ମସିହାରେ ଆରମ୍ଭ ହୋଇଥିବା ବେଳେ ଏଠାରେ ପ୍ରାରମ୍ଭ ଶ୍ରେଣୀ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ପାଖାପାଖି ୩୦୦ ଛାତ୍ରଛାତ୍ରୀ ପଢୁଛନ୍ତି। କାଳବୈଶାଖୀ ବର୍ଷା ପ୍ରଭାବ ସ୍କୁଲର ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତି ହେବ ଫଳରେ ଶିଶୁ ମନ୍ଦିର ର ମେରୁଦଣ୍ଡ ଭାଙ୍ଗି ଯାଇଛି। ଆଜି ରବିବାର ବିଦ୍ୟାଳୟ ଛୁଟି ଥିବାରୁ ବିଦ୍ୟାଳୟ ର ଗୁରୁଜୀ,ଗୁରୁମା, ଏବଂ ଛାତ୍ରଛାତ୍ରୀ ମାନେ ଅନୁପସ୍ଥିତ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ କଟିଯାଇଛି। ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସାହାଯ୍ୟ ପାଇବାକୁ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଅନୁରୋଧ କରାଯାଇଛି ।
