କାକଟପୁର 26/3 କାକଟପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା ମଙ୍ଗଳାଙ୍କ ତିନିଦିନାତ୍ମକ ବାସନ୍ତିକ ଦୁର୍ଗାପୂଜା ଆସନ୍ତା 28 ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି l ( ଆଶ୍ୱିନ ) ମାସର ଷୋଡ଼ଶ ଉପଚାର ପୂଜା ଭଳି ଚୈତ୍ର ମାସର ଶୁକ୍ଳ ସପ୍ତମୀ , ଅଷ୍ଟମୀ ଓ ନବମୀ ତିଥିରେ ୩ ଦିନ ବ୍ୟାପୀ ଠାକୁରାଣୀଙ୍କ ତିନିଦିନାତ୍ମକ ବାସନ୍ତି ପୂଜା ଅନୁଷ୍ଠିତ ହେବ l ବାସନ୍ତି ପୂଜାରେ ମା ମଙ୍ଗଳାଙ୍କୁ ସିଂହବାହିନୀ , କାତିଖର୍ପର ଓ ମହିଷାମର୍ଦ୍ଦିନୀ ବେଶରେ ସୁସଜ୍ଜିତ କରାଯାଇଥାଏ l ଏଣୁ ଆସନ୍ତା 28 ,29 ,30 ତାରିଖରେ ଏହି ବାସନ୍ତିକ ପୂଜା ପଡୁଥିବାରୁ ମାଙ୍କ ( ସ୍ୱତନ୍ତ୍ର ) ନୀତି କାନ୍ତି ଯୋଗୁଁ ଉକ୍ତ ଦିବସ ଗୁଡିକରେ ମନ୍ଦିରର ସିଂହ (ଦ୍ୱାର ) ସକାଳୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ମା ଙ୍କ ପାରମ୍ପରିକ ପୂଜା ଅର୍ଚ୍ଚନା ବେଶଭୂଷା ପରେ ଏହି ତିନିଦିନାତ୍ମକ ପୂଜା ପାଇଁ ଦିନ ୩ ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ଭକ୍ତ ମାନେ ମନ୍ଦିର ଗର୍ଭ ଗୃହ ମଧ୍ୟକୁ ନଯାଇ ଦୂରରେ ଥାଇ ମା ଙ୍କ ଦର୍ଶନ ଲାଭ କରିପାରିବେ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା କାକଟପୁର ତହସିଲଦାର ବିରଞ୍ଚିନାରାୟଣ ବେହେରା ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଗଣମାଧ୍ୟମକୁ ସୂଚନା ଦେଛନ୍ତି l ଏଠାରେ ସୂଚନା ଯୋଗ୍ୟକି ଆସନ୍ତା 28 ତାରିଖରେ ମା ମଙ୍ଗଳାଙ୍କ ଚୈତ୍ର ମାସର ତୃତୀୟ ପାଳି ମଙ୍ଗଳବାର ପାଳି ଯାତ ପଡୁଥିବାରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି l
