Odisha news

ବିବେକାନନ୍ଦ ଲାଣ୍ଡ ଏଣ୍ଡ ବିଲ୍ଡର୍ସ ରେ ଇଡ଼ିର ଚଢ଼ାଉ

0

ବ୍ରହ୍ମପୁର ୨୬/୩ – କମ୍ ଟଙ୍କାରେ ଡୁପ୍ଲେକ୍ସ ଦେବାକୁ କହି ୫କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା  ଭୁବନେଶ୍ୱର କେଶରୀ ଇଷ୍ଟେଟ୍ ପ୍ରାଇଭେଟ୍‌ ଲିମିଟେଡରେ ପୁଣି ଥରେ ଖୋଳତାଡ଼ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଉପରୋକ୍ତ ସଂସ୍ଥା ସହ ଲିଙ୍କରେ ଥିବା ବ୍ରହ୍ମପୁର ବିବେକାନନ୍ଦ ଲ୍ୟାଣ୍ଡ ଏଣ୍ଡ ବିଲଡ଼ର୍ସରେ ଇଡି ଚଢ଼ାଉ ହୋଇଛି। ବିବେକାନନ୍ଦ ଲାଣ୍ଡ ଏଣ୍ଡ ବିଲ୍ଡର୍ସ ମାଲିକ ବିଚିତ୍ର ପଟ୍ଟନାୟକଙ୍କୁ ଇଡି ଶୁକ୍ରବାର ରାତିରେ ପଚରାଉଚରା କରି ଫେରିଥିବାର ସୂଚନା ମିଳିଛି।

କେଶରୀ ରିୟଲି ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ଠକେଇରେ ତାଙ୍କର ସମ୍ପୃକ୍ତି ଅଛି କି ନାହିଁ ଜଣାପଡିନଥିବା ବେଳେ ତାଙ୍କୁ ଜେରା ହୋଇଥିବା ବିଶ୍ବସ୍ତ ସୂତ୍ରରୁଜଣାପଡିଛି । କେଶରୀ ରିୟଲି ଇଷ୍ଟେଟ୍ ମାଲିକଙ୍କ ସହ ବିଚିତ୍ର ,ପାର୍ଟନର୍ ଥିବା ଇଡି ସୂଚନା ପାଇଥିଲା। ପାର୍ଟନର ହୋଇ ରାଜ୍ୟର କେହୁଁ କେହୁଁ ସ୍ଥାନରେ  ପ୍ରୋଜେକ୍ଟ କରିଛନ୍ତି ତାହାର ଖୋଳତାଡ଼ ଆରମ୍ଭ ହୋଇଛି । ବିଚିତ୍ର ଭୁବନେଶ୍ବରର କେତେକ ଅଞ୍ଚଳରେ ବଡ଼ ବଡ଼ ପ୍ରୋଜେକ୍ଟ କରିଥିବା ସୂଚନା ମିଳିଛି । କେଶରୀ ରିୟଲି ଇଷ୍ଟେଟ ସହ ମିଶି ବହୁ ପ୍ରୋଜେକ୍ଟ କରିଥିବା ବେଳେ ସେ ସବୁ କେତେକ ଗ୍ରାହକଙ୍କୁ ମଧ୍ୟ ବିକ୍ରି ହୋଇଛି ।

ତେବେ ସେହି ପ୍ରୋଜେକ୍ଟ ପାଇଁ ଟଙ୍କା ଆସିଲା କେହୁଁଠୁ ତାହା ଯାଞ୍ଚ ଚାଲିଛି। ଲୋକଙ୍କ ଟଙ୍କାରେ ଏହି ପ୍ରୋଜେକ୍ଟ ହୋଇଛି କି ନାହିଁ ତାହାର ମଧ୍ୟ ଖୋଳତାଡ଼ କରୁଛି ଇଡି। କମ୍ ଟଙ୍କାରେ ଡୁପ୍ଲେକ୍ସ, ଜମି ଓ ଫ୍ଲାଟ୍ ଦେବାକୁ କହି କେଶରୀ ରିୟଲି ଇଷ୍ଟେଟ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଇଡି ଏହାର ତଦନ୍ତ କରୁଥିବା ବେଳେ ଶୁକ୍ରବାର  ନିର୍ଦ୍ଦେଶକ ଅଜୟ ଚୌଧୁରୀ ଓ  ଏମଡି ଅକ୍ଷୟ ଚୌଧୁରୀଙ୍କୁ ଭୁବନେଶ୍ୱରରେ ପଚରାଉଚରା କରିଥିଲା। ଅଜୟ ଓ ଅକ୍ଷୟଙ୍କ ଘର ବ୍ରହ୍ମପୁରରେ ହୋଇଥିବାରୁ ସେମାନେ ବିଚିତ୍ର ପଟ୍ଟନାୟକଙ୍କ ଲିଙ୍କରେ ଥିବା ଇଡି ସୁରାକ ପାଇଥିଲା। ବ୍ରହ୍ମପୁରରେ ବିଚିତ୍ର ପଟ୍ଟନାୟକଙ୍କ ଅଫିସରେ ଚଢ଼ାଉ କରି କିଛି କାଗଜପତ୍ର ଜବତ କରିବା ପରେ ପଚରାଉଚରା କରିଥିଲେ । ବିଚିତ୍ରଙ୍କ ଅଫିସରେ ତଦନ୍ତ ହୋଇଥିବା ବେଳେ ତାଙ୍କ ଲିଙ୍କରେ ବ୍ରହ୍ମପୁରର କିଛି ବିଲ୍ଡର ରହିଥିବା ଜଣାପଡିଛି । ସେମାନେ ତାଙ୍କ ସହ ବ୍ୟବସାୟ କରୁଥିଲେ ନା ଆଉ କିଛି ପ୍ରୋଜେକ୍ଟ ନେଇଥିଲେ ତାହାର ଖୋଳତାଡ଼ ଚାଲିଛି ।

Nalco
Leave A Reply