Odisha news

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

0

ଆଠଗଡ଼ ତା ୧୦/୫/୨୨/ ଚଳିତ ବର୍ଷ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଆଜି ଆଠଗଡ଼ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ  ଆଠଗଡ଼ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସମସ୍ତ ବିଭାଗ ର ଅଧିକାରୀ ମାନଙ୍କ ସହ  ବୁଦ୍ଧିଜୀବି , ଆଇନଜୀବୀ , ସାମ୍ବାଦିକ ଉପସ୍ଥିତ ଥିଲେ। ଆଗାମୀ ରଥଯାତ୍ରାକୁ କିଭଳି ଭାବରେ ଶାନ୍ତି ଶୃଙ୍ଖଳା ସହ ସମାପନ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ  ସ୍ନାନ ଯାତ୍ରା ଏବଂ ରଥଯାତ୍ରା ରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ, ଚଳିତ ବର୍ଷ ବିଶେଷ କରି ଗାଡ଼ି ଦୁଇଚକିଆ ଏବଂ ଚାରିଚକିଆ  ପାର୍କିଂ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଅବଗତ କରାଯିବ। ଏହାକୁ ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ଅମାନ୍ୟ କରି ଗାଡ଼ି ପାର୍କିଂ କରେ ତେବେ ପ୍ରଶାସନ ପକ୍ଷରୁ ଗାଡ଼ି କୁ ଯବତ ସହ ଜୋରିମାନା ଆଦାୟ କରିବାପାଇଁ ଆଠଗଡ଼ ଏନ୍ ଏ ସି କତୃପକ୍ଷଙ୍କୁ ଉପଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ,ଏସଡିପିଓ,ବିଜୟ କୃଷ୍ଣ ବିଶି, ଏନ୍ ଏ ଏସି ଅଧ୍ୟକ୍ଷା ଆଶାଲତା ରଚମାଳା, ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର, ଆଠଗଡ଼ ଲୋକ ସମ୍ପର୍କ ସୂଚନା ଅଧିକାର ଅଲେଖ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply