Odisha news

ଦ୍ୱିତୀୟ ପର୍ଯ୍ୟାୟ ସମବାୟ ନିର୍ବାଚନ ବିଜେଡ଼ି ହାତରେ ତିନି ସମିତି

0

ଅସୁରାଳି,ତା୨୭/୬ : ଧାମନଗର ବ୍ଲକରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ସମବାୟ ନିର୍ବାଚନ ଶେଷ ହୋଇଛି । ଶେଷରେ ହୋଇଥିବା କୋଠାର, ପାଳସାହି ଏବଂ ବରଗଡା ସେବା ସମବାୟ ସମିତି ନିର୍ବାଚନରେ ଶାସକ ବିଜେଡି ସମର୍ଥôତ ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି । ଏହି ନିର୍ବାଚନରେ ବିଜେପି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । କୋଠାର ସେବା ସମବାୟ ସମିତିର ୧୫ ଜୋନରୁ ସମସ୍ତ ନିଦେ୍ର୍ଦଶକ ପଦ ବିଜେଡି ସମର୍ଥକ ଜିତିଥିବା ଜଣାଯାଇଛି । ବେତାଳିଗାଁ ପାଳସାହି ସମିତିରେ ୧୪ ଆସନ ମଧ୍ୟରୁ ୧୨ଟିରେ ଶାସକ ଦଳ ବିଜୟ ହାସଲ କରିଥିବା ବେଳେ ବିରୋଧୀ ବିଜେପି ସପକ୍ଷରେ ୨ ଆସନ ଯାଇଛି । ସେହିପରି ଗୋବିନ୍ଦପୁର ପଂଚାୟତର ବରଗଡା ସମବାୟ ସମିତିକୁ ବିଜେଡି ଦଖଲ କରିଛି । ୧୫ ନିଦେ୍ର୍ଦଶକ ପଦବୀରୁ ବିଜେଡି ସମର୍ଥôତ ପ୍ରାର୍ଥୀମାନେ ୧୪ ଏବଂ ଗୋଟିଏ ବିଜେପି ଜିତିଥିବା ଜଣାଯାଇଛି । ଧାମନଗର ବ୍ଲକରେ ଥିବା ୧୨ ସମବାୟ ସମିତି ମଧ୍ୟରୁ ଧାମନଗର ସମିତିରେ ନିର୍ବାଚନ ହୋଇ ନଥିବା ବେଳେ ଅବଶିଷ୍ଟ ୧୧ ସମିତିରେ ବିଜେଡ଼ି ବିଜୟ ହାସଲ କରିଥିବା କୁହାଯାଉଛି । ଅପର ପକ୍ଷରେ ବିରୋଧୀ ବିଜେପି ଏହି ନିର୍ବାଚନରେ ଆଶାତୀତ ସଫଳତା ହାସଲ କରିନଥିଲେ ମଧ୍ୟ ବିଭିନ୍ନ ସମିତିରେ ଏକାଧିକ ନିଦେ୍ର୍ଦଶକ ପଦ ହାତେଇ ନିଜର ଉପସ୍ଥିତ ବଜାୟ ରଖିଛି । ଏ କ୍ଷେତ୍ରରେ ଅନ୍ୟତମ ବିରୋଧୀ କଂଗ୍ରେସ ବହୁ ପଛରେ ରହିଛି ।

Nalco
Leave A Reply