ଭଦ୍ରକ, ତା୨୭ା୬ : ଭଦ୍ରକ ପୌରାଚଂଳସ୍ଥିତ ଗରଦପୁରସ୍ଥ ଭାଗୀରଥି ପାଠାଗାର ଗୃହରେ ଗରଦପୁର ଗ୍ରାମ ବିକାଶ ସମିତି ଆନୁକୁଲ୍ୟରେ ଏହାର ମାସିକ ଅଧିବେଶନରେ ସମିତିର ସଭାପତି ଲକ୍ଷ୍ମଣ ମହାନ୍ତିଙ୍କ ପୌରହିତ୍ୟରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ସମିତିର ସଂପାଦକ ହୃଶିକେଶ ମହାନ୍ତି ଗ୍ରାମର ବିଭିନ୍ନ ସମସ୍ୟା ଯଥା-ଗ୍ରାମର ମଧ୍ୟଭାଗରେ ଥିବା ଆବର୍ଜନାମୟ ପୋଖରୀକୁ ସଫା କରିବା, ଗ୍ରାମର ସମସ୍ତ ଶ୍ମଶାନର ପୁନଃ ଉଦ୍ଧାର ଓ ମୂଖ୍ୟ ରାସ୍ତାକଡ଼ରେ ଥିବା କଚ୍ଚା ନାଳକୁ ପକ୍କା କରିବା ବିଷୟ ଉତ୍ଥାପନ କରିଥିଲେ । ସମିତିର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ରାମଚନ୍ଦ୍ର କର,ରବିନାରାୟଣ ଜେନା,ନରେନ୍ଦ୍ର ମହାପାତ୍ର,ସନ୍ତୋଷ ମହାପାତ୍ର,ବିଜୟ ବହଳୀ,ଜଗବନ୍ଧୁ ମିଶ୍ର ପ୍ରଦ୍ୟୋତନ ସୁଆର,ଅମୂଲ୍ୟ ପାଢ଼ୀ,ନିହାର ସିଂ ଓ ଅନ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରି ଏ ସଂପର୍କରେ ଲିଖିତ ଭାବରେ ଏହିମାସ ୩୦ ତାରିଖ ସୁଦ୍ଧା ଭଦ୍ରକ ପୌରପାଳିକାର ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତ ରଖିଥିଲେ । ଏହାପରେ ହରିହର ମହାନ୍ତି ଧନ୍ୟବାଦ ଦେଇଥିଲେ ।
