Odisha news

ବିନା ସମ୍ବଧରେ ଗର୍ଭବତୀ ହେଲେ ବାଳିକା : ମେଡିକାଲ ସାଇନ୍ସ ମଧ୍ୟ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : କଣ ଏହା ସମ୍ଭବ ଅଟେ ଯେ ଜଣେ ମହିଳା ବିନା ଶାରୀରିକ ସମ୍ପର୍କରେ ଗର୍ଭବର୍ତୀ ହୋଇପାରେ l ତାହା ମଧ୍ୟ ଆଶ୍ଚର୍ଯ୍ୟର କଥା ଯେ ତାଙ୍କ ପେଟରେ ଛୁରୀ ମଧ୍ୟ ମରାଯାଇଛି l ଡାକ୍ତରଙ୍କୁ ଏହି ଘଟଣାଟି ଆଶ୍ଚର୍ଯ୍ୟ କରି ଦେଇଛି l ଏଠାରେ ଯାହାଙ୍କ ବିଷୟରେ କୁହାଯାଉଛି ସେ ଜଣେ ୧୫ ବର୍ଷୀୟ ବାଳିକା ଅଟନ୍ତି l ବାଳିକା ଜଣଙ୍କ ଡାକ୍ତରଖାନାକୁ ଯାଇ କହିଥିଲେ ଯେ ଦୁଇଜଣ ପିଲା ତାଙ୍କ ପେଟରେ ଛୁରୀ ମାରିଥିଲେ ,ଜଣେ ତାଙ୍କ ପୁରୁଷ ବନ୍ଧୁ ଓ ଆଉଜଣେ ତାଙ୍କ ସାଙ୍ଗ ଅଟନ୍ତି l ଝିଅଟିର ହାତରେ ଆଘାତ ଲାଗିଥିଲା ଓ ପେଟର ଗୋଟିଏ ପାର୍ଶ୍ୱରେ ମଧ୍ୟ କ୍ଷତ ହୋଇଥିଲା l

ଝିଅଟିକୁ ତୁରନ୍ତ ସର୍ଜରୀ ପାଇଁ ନିଆଗଲା ପେଟର କ୍ଷତଟି ଖୁବ ଗଭୀର ଥିଲା ଯାହା ଆମାଶୟ ପର୍ଯ୍ୟନ୍ତ ଯାଇଥିଲା l ସର୍ଜରୀ ସମୟରେ ଆମାଶୟଟି ଖାଲି ଥିଲା ନା ସେଥିରେ କୌଣସି ଖାଇବା ଜିନିଷ ଥିଲା କିମ୍ବା ଗ୍ୟାସ ମଧ୍ୟ ନଥିଲା l ୧୦ ଦିନ ପରେ ଝିଅଟି ସୁସ୍ଥ ହୋଇଯିବାରୁ ତାକୁ ଘରକୁ ପଠାଇ ଦିଆଗଲା l କିନ୍ତୁ ହଠାତକି ୯ମାସ ପରେ ଝିଅଟିର ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା,ଏହାପରେ ସେ ଡାକ୍ତରଖାନା ରେ ପହଞ୍ଚିଥିଲା l

ଡାକ୍ତର ତାର ପୁରୁଣା ରିପୋର୍ଟ କୁ ଆଧାରକରି ପରୀକ୍ଷା ଆରମ୍ଭ କରିଥିଲେ ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଝିଅଟି ଗର୍ଭବତୀ ଅଛି ଡାକ୍ତର ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେ ଝିଅଟି କୌଣସି ପ୍ରକାରର ଶାରୀରିକ ସମ୍ପର୍କ ମଧ୍ୟ ରଖିନାହିଁ l କାରଣ ତାର ସମସ୍ତ ପରୀକ୍ଷା କରିବା ପରେ ଡାକ୍ତର ମାନେ ଏଥିରେ ନିର୍ଦ୍ଧିଷ୍ଟ ହୋଇଥିଲେ l ଏହା ପରେ ଅପରେସନ କରାଯାଇ ଗୋଟିଏ ସୁସ୍ଥ ଶିଶୁ ଜନ୍ମ ନେଲା l ଯେତେବେଳେ ଝିଅଟି ଠିକ ହୋଇଗଲା ତାକୁ ପଚରା ଯାଇଥିଲା ଯେ ଏହା କିପରି ଘଟିଲା l

ଝିଅଟି କହିଥିଲା ସେ ସମ୍ବଦ୍ଧ ରଖିବାକୁ ସକ୍ରିୟ ନଥିବା କାରଣରୁ ସେ ଓରାଲ ସେକ୍ସ କରିଥାଏ l ତାକୁ ଛୁରୀ ମରହେବା ପୂର୍ବରୁ ମଧ୍ୟ ସେ ଏହି କାର୍ଯ୍ୟ କରିଥିଲା l ତାର ଆଜିପର୍ଯ୍ୟନ୍ତ କେରବେବି ଋତୁସ୍ରାବ ହୋଇନାହିଁ l ସେ ଗର୍ଭବତୀ ଥିଲା ବୋଲି ଜାଣି ନଥିଲା ,ତାର ପେଟ ଅସ୍ୱାଭାବିକ ଭାବରେ ବଢୁଥିବା କାରଣରୁ ସେ ବେସ୍ତ ହୋଇ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲା l ଡାକ୍ତର ମାନେ କହିଛନ୍ତି ଯେ ଯେତେବେଳେ ତାକୁ ଛୁରୀ ଭୁଷା ଯାଇଥିଲା ହୋଇପାରେତ ସେତେବେଳେ କୌଣସି ପୁଅପିଲରେ ଶୂକ୍ରାଣୁ ପେଟ ଉପରେ ପଡି ଅପରେସନ ମାଧ୍ୟମରେ ଗର୍ଭକୁ ଯାଇ ଏପରି ଘଟିଛି

Comments are closed.