Odisha news

ଦୁନିଆର ଦୃତ ମାନବ କାଲ୍କୁଲେଟର “ନୀଳକଣ୍ଠ”

0

ହାଇଦ୍ରାବାଦ : ହାଇଦ୍ରାବାଦରେ ରହୁଥିବା ନୀଳକଣ୍ଠ ଭାନୁ ପ୍ରକାଶ ଦୁନିଆର ସବୁଠୁ ଦୃତ ମାନବ କାଲ୍କୁଲେଟରର ଉପାଧି ନିଜନାମରେ କରି ନେଇଛନ୍ତି l ଲଣ୍ଡନରେ କିଛି ଦିନ ତଳେ ମାଇଣ୍ଡ ସ୍ପୋର୍ଟ୍ସ ଅଲମ୍ପିଆଡ ୨୦୨୦ ଆୟୋଜନ ହୋଇଥିଲା l ଏଥିରେ ନୀଳକଣ୍ଠ ଭାନୁ ପ୍ରକାଶ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତିଥିଲେ l  ପ୍ରତିଯୋଗିତାରେ ବିଶ୍ୱର ୧୩ ଦେଶ ଭାଗଭାଗ ନେଇଥିଲେ l ଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରେ ସ୍ନାତକ ଉପାଧି ଲାଭ କରିଥିବା ନୀଳକଣ୍ଠ କହିଛନ୍ତି ଯେ ଏହା ପ୍ରଥମଥର ପାଇଁ ଭାରତ ମେଣ୍ଟାଲ କାଲ୍କୁଲେସନରେ ବିଶ୍ୱ ଚମ୍ପିୟାନ ହୋଇ ଗୋଲ୍ଡ ମେଡାଲ ଜିତିଛି l

ନୀଳକଣ୍ଠଙ୍କ କହିବା ଅନୁସାରେ ସେ ଶକୁନ୍ତଳା ଦେବୀ ଓ ସ୍କର୍ଟ ଫ୍ଲେନ୍ସବର୍ଗଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି l ୨୧ ବର୍ଷୀୟ ନୀଳକଣ୍ଠ ମାଇଣ୍ଡ ଅଲମ୍ପପ୍ୟାଡ଼ ସମୟରେ ଜଜଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲେ l ସେ ଅଧିକାଂଶ ରେକର୍ଡ ନିଜ ନାମରେ କରି ନେଇଛନ୍ତି l ଲକଡାଉନ ସମୟରେ ନୀଳକଣ୍ଠ ଅଷ୍ଟମରୁ ନେଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଅନଲାଇନରେ ଶିକ୍ଷା ଦେଉଥିଲେ l ଭବିଷ୍ୟତରେ ସେ ଗୋଟିଏ ଗଣିତ ଲ୍ୟାବ କରିବା ପାଇଁ ଇଛା ରଖିଛନ୍ତି ,ଯାହା ଜରିଆରେ ସେ ହଜାର ହଜାର ପିଲାମାନଙ୍କ ପାଖରେ ପହଂଚି ପାରିବେ l

ବର୍ତ୍ତମାନ ସମୟରେ ତାଙ୍କ ଅନଲାଇନ କ୍ଲାସର ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀ ଲାଭ ଉଠାଉଛନ୍ତି l ନୀଳକଣ୍ଠ ଏକ୍ସପ୍ଲରିଙ୍ଗ ଇନିଫିନିଟିଜ ନାମକ ପ୍ରୋଜେକ୍ଟରେ କାମ କରୁଛନ୍ତି l ସେ ଦେଶର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ଗଣିତରେ ଜିନିୟସ କରିବାକୁ ଚାହୁଁଛନ୍ତି l କାରଣ ଭାରତର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ମଧ୍ୟରୁ ପ୍ରତି ୪ ଜଣରୁ ୩ ଜଣ ଗଣିତ ବୁଝି ପାରିନଥାନ୍ତି ଏହା ନୀଳକଣ୍ଠ ମତ ଦେଇଛନ୍ତି l

Leave A Reply