ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତାଳଦା ଗ୍ରାମପଞ୍ଚାୟତ ର ସେମିତି ସଭ୍ୟ ପାଇଁ ଆସନ୍ତା ମେ ୨ଦୁଇ ତାରିଖ ରେ ହେବାକୁ ଥିବା ଉପ-ନିର୍ବାଚନ ନିମନ୍ତେ ମଙ୍ଗଳବାର ଦିନ, ମିଳିତ ବିରୋଧୀ ମେଣ୍ଟ ପ୍ରାଥି ସୁକାନ୍ତ କୁମାର ସେଠୀ ନିଜର ସମର୍ଥକ ତଥା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ, ମେଣ୍ଟ ଆବାହକ ଦିବାକର ଛାଟୋଇ ଓ ବ୍ଲକ ଅଞ୍ଚଳର ର ବିଭିନ୍ନ ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ସମେତ ସେମିତି ସଭ୍ୟ ମାନଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଯାଇ ଅସ୍ତରଙ୍ଗ ବ୍ଲକ ବି ଡି ଓ,ଙ୍କ ନିକଟରେ ପ୍ରାଥୀ ପତ୍ର ଦାଖଲ କରିଥିବାବେଳେ,ଆସନ୍ତା କାଲି ତଥା ବୁଧବାର ଦିନ ତାଳଦା ଗ୍ରାମପଞ୍ଚାୟତ ର ସ୍ୱୋର୍ଗତ ସମିତିସଭ୍ୟ ଶ୍ରୀ ଗିରିଧାରୀ ସେଠୀ ଙ୍କ ପୁତ୍ର ଅମିୟ କୁମାର ସେଠୀ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ଭାବେ ତାଙ୍କ ସମର୍ଥକ ଙ୍କ ଗହଣରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ଜଣା ପଡି ଅଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସ୍ୱୋର୍ଗତ ସେଠୀ,ବିଗତ ଦିନରେ ତାଳଦା ଗ୍ରାମପଞ୍ଚାୟତ ର , ସରପଞ୍ଚ ଥିବା ବେଳେ,ପୁଣି ଏହି ଗଲା ବର୍ଷ ପଞ୍ଚାୟତ ନିର୍ବାଚନ ରେ ତାଳଦା ଗ୍ରାମପଞ୍ଚାୟତ ର ସେମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।