Odisha news

ଅସ୍ତରଙ୍ଗ ର ପିରପିଠ ବାଲିଯାତ୍ର ଆରମ୍ଭ

0
ଅସ୍ତରଙ୍ଗ ର ପିରପିଠ ବାଲିଯାତ୍ର ଆରମ୍ଭ। ଅସ୍ତରଙ୍ଗପବିତ୍ର କାର୍ତ୍ତୀକ ପୂର୍ଣ୍ଣିମା ଅବସରରେ ପୀର ଜାହାନିଆ ବେଳାଭୂମୀ ପାରମ୍ପ‍ାରିକ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଯାଇଛି ।ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ବେଳାଭୂମି ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ “ପୀର ଜାହାନିଆଁ ବୋଇତ ବନ୍ଦାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ” କୁ ଛୁରିଅନା ଗ୍ରା.ପ ର ସରପଞ୍ଚ ଶ୍ରୀଯୁକ୍ତ କ୍ଷୀରୋଦ କାଣ୍ଡି ମହୋଦୟ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେଳାଭୂମି ସାହିତ୍ୟ ସଂସଦର ଉପ-ସଭାପତି ଶ୍ରୀଯୁକ୍ତ ଉଲ୍ଲାସ ଚନ୍ଦ୍ର ନାୟକ, ସମ୍ପାଦକ ତଥ‍ା ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ, ଅଲେଖ ମହିମା ଆତ୍ମତତ୍ୱ ବ୍ରାହ୍ମଜ୍ଞାନ ଭଜନ ମଣ୍ଡଳୀର ମୁଖ୍ୟ  ଗାୟକ ଶ୍ରୀଯୁକ୍ତ ଦୁର୍ଯ୍ୟଧନ ନୟକ ଓ ସମସ୍ତ ସାଥି , କନକ ଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନିରଞ୍ଜନ ଦାସ, କଳିଙ୍ଗ ଟିଭିର ସାମ୍ବାଦିକ ଶ୍ରୀଯୁକ୍ତ ଲୋକନାଥ ସ୍ଵାଇଁ , ଜୀମିଡିଆ ପ୍ରତିନିଧୀ ବିଶ୍ବରଂଜନ ବିଶ୍ବଶ୍ରୀ ଏବଂ ଛୁରିଅନା ଗ୍ରା.ପ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଜୟ ନୟକ,ସଂସଦ ର ସଭାପତି, ପ୍ରମୁଖ ଉପସ୍ଥିତ ଥିଲେ  । କାର୍ଯ୍ୟକ୍ରମର ଲକ୍ଷ୍ୟ ଗ୍ରାମାଞ୍ଚଳର ପାରମ୍ପରିକ କଳା ସଂସ୍କୃତି କୁ ବଂଚାଇରଖିବା ସହ ଗ୍ରାମଞ୍ଚଳର ନବ ପ୍ରତିଭାକୁ ଲୋକ ଲୋଚନ କୁ ଆଣିବା  । ଏହି କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ ବେଳାଭୂମି ସାହିତ୍ୟ ସଂସଦର ସଂଯୋଜକ ଶ୍ରୀଯୁକ୍ତ ଶୋଭକାର ବେହେରା ।
ଅପରପକ୍ଷରେ ହଜାର ହଜାର ଭକ୍ତଙ୍କ ଗହଣରେ ସୋମବାର ସଂଧ୍ୟାଠାରୁ ବହୁପ୍ରତିକ୍ଷିତ ପୀରଜାହାନିଆ ବାଲିଯାତ୍ରା ଆରମ୍ଭ ହୋଇଛି ।ଅସ୍ତରଙ୍ଗ,କାକଟପୁର,ନିମାପଡା,ନିଆଳୀ ପ୍ରଭୃତି ଆଖପାଖ ଅଂଚଳରୁ ଶ୍ରଦ୍ଧାଳୁ ମାନେ ପହଁଚି ବାବା ପୀରଙ୍କ ସାନିଧ୍ୟ ପାଇଥିଲେ ।ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ବ୍ୟାପକ ମୁତୟନ କରାଯାଇଛି ।୨ଦିନ ବ୍ୟାପି ଅନୁଷ୍ଠିତ ପୀରଜାହାନିଆ ବାଲିଯାତ୍ରାରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ତ୍ବରିତ ପଦକ୍ଷପ ନିମନ୍ତେ ସ୍ଥାନୀୟ ମାଜିଷ୍ଟ୍ରେଟ୍ ରାଜଲକ୍ଷ୍ମି ନାୟକ ଓ ନିମାପଡା ଏସ.ଡି.ପି.ଓ ଦେବାଶିଷ ମିଶ୍ରଙ୍କ ପ୍ରତ୍ୟକ୍ଷତତ୍ତ୍ବାବଧାନରେ ୨ପ୍ଲାଟୁନ ପୁଲିସ ଫୋର୍ସ ସହ ନିମାପଡା ସବ ଡିଭିଜନର ସମସ୍ତ ପୁଲିସ ଅଧିକାରୀ ,ଅଗ୍ନୀଶମଅଧିକାରୀ ମାନେ ସମୁଦ୍ରକୂଳରୁ କଣମଣ ବ୍ରୀଜ ପର୍ଯ୍ୟନ୍ତ ପୁଲିସ ମୁତୟନ କରାଯାଇଛି ଓ ସ୍ବାସ୍ଥ୍ୟ ସିବିର,ସୂଚନା କେନ୍ଦ୍ର, ବିଦୁତ ବିଭାଗର ଷ୍ଟାଲ ଖୋଲା ଯହିଁବା ବେଳେ,
ବେଳ‍ଭୂମୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଘଣ୍ଟା ଘଣ୍ଟା ଧରି ଶ୍ରଢାଳୁ ମାନେ ଉପଭୋଗବ କରିଥିଲେ ।ଏହି କାର୍ଯ୍ୟକ୍ରମରେ  ଓଡିଶାକୃଷକବିକାଶ  ସବାୟ ସମିତି ର  ସଭାପତି ଅମୀୟ କୁମାର ପଟନାୟକ  ସହ,ଅସ୍ତରଙ୍ଗ ମଧୁପୁର ଗ୍ରାମର ସୂପରିଚିତ କଣ୍ଠଶିଳ୍ପୀ ମନୋରମା ବେହେରା ଓ ଜାଲଘାଇ ଗ୍ରାମର ବିଭୂତି ପାଣିଗ୍ରାହୀଙ୍କ ସୁମଧୁର ସ୍ବର ଦର୍ଶକ ଙ୍କୁ ବାନ୍ଧି  ରଖିଥିଲା ।
Leave A Reply