Odisha news

ବିବାହ ଉତ୍ସବରେ ବାପା ଝିଅ ର ବିବାହକୁ ବିରୋଧ : ବିବାହ ବେଦିରେ ଝାମେଲା

0
ଅସ୍ତରଙ୍ଗ,,, ପୁରୀ ଜିଲ୍ଲା ଅସ୍ତରଙ୍ଗ ମେରାଇନ ଥାନା ଅଧିନ ନାନପୁର ଗ୍ରାମରେ ଏକ ଘଟଣା ଦେଖିବାକୁ ମିଳିଅଛି । ଏକ ବିବାହ ଉତ୍ସବରେ ବାପା ଝିଅ ର ବିବାହକୁ ବିରୋଧ କରି,ଆବଶ୍ୟକ ପଡ଼ିଲେ ଝିଅ ମଥା ସିନ୍ଦୁର ପୋଛିବାକୁ ପଛା ଇବ ନାହିଁ ବୋଲି କହିଥିବା ଜଣା ପଡ଼ିଅଛି।
ପ୍ରକାଶ ଯୋଗ୍ୟ ଯେ,ନାନପୁର ଗ୍ରାମର ବିଶ୍ଵନାଥ ବିଶ୍ୱାଳ ନାମକ ଯୁବକ ଙ୍କ ସହ ସେହି ଗ୍ରାମର ସ୍ମରଣୀକା ନୟକ ଙ୍କ ଭିତରେ ଦୀର୍ଘ ସାତ ବର୍ଷ ହେବ  ପ୍ରେମ ସମ୍ପର୍କ ଲାଗିରହିଥିଲା । ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ଚାହିଁ ଥିଲେ ବି, ଦୁଇ ପରିବାରର ଦୀର୍ଘ ଦିନର ପାରିବାରିକ କଲହଯୋଗୁଁ ବିଭାଘର ସମ୍ଭବ ହେଇପାରୁ ନ ଥିଲା । ହେଲେ କିଛି ଲୋକଙ୍କ ହସ୍ତକ୍ଷେପ ପରେ ବିଭାଘର ଠିକ ହୋଇ ,ତିନିଦିନ ତଳେ ବିଭାଘର ହୋଇଥିଲା । ବିଭାଘର କାର୍ଯ୍ୟ ଝିଅଘରେ ଚାଲୁଥିବା ବେଳେ,ଦୁଇ ବନ୍ଧୁ ଙ୍କ ଭିତରେ କଣ ଘଟିଲା କେଜାଣି  ଅଧାରୁ ବିଭାଘର ବନ୍ଦ ହୋଇ ପାଟିତୁଣ୍ଡ ହେବାରୁ ଝିଅ ଘରୁ ଆସିଥିବା ବରପକ୍ଷ ଚାଲି ଯାଇଥିଲେ ।
ହେଲେ ଝିଅ ଜିଦ ଧରିଥିଲା ବର ସାଙ୍ଗରେ ଯିବା ପାଇଁ । ଜୋର ଜବରଦସ୍ତ ଝିଅ  ନିଜ ଘରୁ ବାହାରି ବରସଙ୍ଗେ ଚାଲିଗଲା ପରେ, ପୁଅ ଘରେ ଘର ଲୋକ ଓ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତ ରେ ଯଥାରୀତିରେ ବିଭାଘର ହୋଇ ପୁଅ ଝିଅ ଘରେ ରହିଥିଲେ । ହେଲେ ତାର ଦୁଇଦିନ ପରେ ଝିଅ ଘର  କିଛି ଲୋକ ପହଂଚି ପୁଅ ଘରେ ନାନା ଧମକ ଚମକ ଦେଇ, ବିଭାଘର ପାଇଁ ଉଦିଷ୍ଟ ଥିବା ବେଦୀ ଆଦି ଭଙ୍ଗା ଭାଙ୍ଗି କରି ଝିଅକୁ ଧମକ ଚମକ ଦେଇ ଜୀବନରେ ମାରିଦେବ ବୋଲି କହିବାରୁ ପୁଅ ପକ୍ଷ ଭୟଭୀତ ହୋଇ ନିକଟ ସାମୁଦ୍ରିକ ଥାନା  ନୁଆଗଡ଼ ରେ ଲିଖିତ ଅଭିଯୋଗ କରିଥିଲେ । ପୁଅ ପକ୍ଷ ଥାନାରେ ଅଭିଯୋଗ ପରେ, ଝିଅ ବାପାଘର ମଧ୍ୟ ଲିଖିତ ଅଭିଯୋଗ କଲେ । ହେଲେ ଭଦ୍ରଲୋକ ବସି ଏହିସବୁ ବିଷୟ ଆଲୋଚନା କରି ଦୁଇ ବନ୍ଧୁ ଙ୍କୁ ମିଳାମିଶା କରି ସାମୁଦ୍ରିକ ଥାନାରେ ଲିଖିତନାମା ପ୍ରଦାନ କରିଛନ୍ତି ବୋଲି ସାମୁଦ୍ରକ ଥାନା ଅଧକାରୀ ରବିନ୍ଦ୍ରକୁମାର ସେଠି  ପ୍ରକାଶ କରିଛନ୍ତି ।
Leave A Reply