Odisha news

ପୀର ଜାହାନିଆଁ ବେଳାଭୂମୀରେ ପରିବେଶ ଓ ସନ୍ଦ୍ୱର୍ଯ୍ୟକରଣ ପାଇଁ ସରକାରଙ୍କ ତପ୍ତରତା

0

ଅସ୍ତରଙ୍ଗ ୦୫ / ୦୨ : ଅସ୍ତରଙ୍ଗର ପୀର ଜାହାନିଆଁ ବିଚ୍ କୁ ବ୍ଲୁ-ଫ୍ଲାଗ ମାନ୍ୟତା ମିଳିବାକୁ ଯାଉଥିବା ବେଳେ, ପରିବେଶ ସନ୍ଦ୍ୱର୍ଯ୍ୟକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ ଉଦ୍ୟମରେ ଆରମ୍ଭ ହୋଇଅଛି ଆହୁରି ଅନେକ ଯୋଜନା । ଇତି ମଧ୍ୟରେ ବର୍ଯ୍ୟବସ୍ତୁ ପରିଚାଳନା, ସୋଲାର ଦ୍ୱାରା ପୀର ବିଚ୍ ଆଲୋକି କରଣ , କଣ୍ଟେନର ସ୍ୱୋଚାଳୟ, ବର୍ଯ୍ୟବସ୍ତୁ ସଂରକ୍ଷିତ କରି କମ୍ପୋଷ୍ଟ କରିବା ଉଦେଶ୍ୟରେ ବିଭିନ୍ନ ରଙ୍ଗ ବେରଙ୍ଗର କଣ୍ଟେନର ନିର୍ମାଣ ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପଦେକ୍ଷପ ମାନ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଅଛି । ପୁରୀ ଜିଲ୍ଲା ଯେଉଁ ୧୧୫ କି.ମି. ଉପକୂଳ ଯଥା:- ପୁରୀ , ବ୍ରହ୍ମଗୀରି, ରାମଚଣ୍ଡି, ଚନ୍ଦ୍ରଭାଗା ଓ ପୀର ଜହାନିଆଁ ବେଳାଭୂମୀ ରହିଅଛି ଏମାନଙ୍କ ମଧ୍ୟରେ ପୀର ବେଳାଭୂମୀ ଅନ୍ୟତମ । ଯାହାକି ଦେବୀ ନଦୀ ମୁହାଣ ମୂହଁରେ କଇଁଛ ଙ୍କ ଅଣ୍ଡାଦାନ , ନାଲି କଙ୍କଡା, ଡଲଫିନ୍, ନିଳ ରକ୍ତ କଙ୍କଡା, ସମୁଦ୍ର ଘୋଟକ ସହ ଲୁଣା ଜଙ୍ଗଲ ଓ ସୃ-ଦିର୍ଘ ବେଳାଭୂମୀ ଏହାର ଅନ୍ୟତମ ମୂଖ୍ୟ ଆକର୍ଷଣ । ଏହି ସବୁ ତଥ୍ୟ ବିଚାରକୁ ନେଇ କେନ୍ଦ୍ର ସରକାରଙ୍କର ଉପକୂଳ, ପରିଚାଳନା ପ୍ରତିଷ୍ଠାନ ପ୍ରକଳ୍ପର ୪ ଜଣିଆ ପ୍ରତିନିଧି ଦଳର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀଯୁକ୍ତ ସାହୁ, ଶ୍ରୀମତି ସୁଚିତା ପ୍ରଧାନ, ଶ୍ରୀ ଅଶିଷ କୁମାର ପ୍ରମୁଖ ଉଚ୍ଚ ପଦାଧିକାରୀ ମଙ୍ଗଳବାର ଦିନ ପରିଦର୍ଶନ କରି ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ, ପରେଷ୍ଟ ବିଭାଗ ୱାର୍ଡେନର ଶୋଭାକର ବେହେରା ଓ ସ୍ଥାନୀୟ ଗୁଣ୍ଡଳବା ଗ୍ରାମର ବନସୁରକ୍ଷା ସମିତିର ସଭ୍ୟା ମାନଙ୍କ ସହ ଆଲୋଚନା କରିଛନ୍ତି । ଆହୁରି ମଧ୍ୟ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଚ୍ ଠାରୁ କିଛି ଦୂରରେ ସୁଦିର୍ଘ ସ୍ଥାୟୀ ପାଚେରି ମାନ ନିର୍ମାଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ ପ୍ରକାଶ କରିଛନ୍ତି । ଏହି ବେଳାଭୂମୀରେ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଯେଉଁ ସବୁ ପ୍ରକଳ୍ପ ମାନ କାର୍ଯ୍ୟକାରୀ କରାଯିବ ସେ ପ୍ରକଳ୍ପର ସ୍ଥାୟୀତ୍ୱ ସହ କେତେ ଅର୍ଥ ବିନିଯୋଗ କରାଯିବ ସେ ସମ୍ପର୍କରେ ବସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ପ୍ରତିନିଧି ମଣ୍ଡଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।

Leave A Reply