Odisha news

ଆର,ଉଦୟଗିରି ବାବାଜୀ ମଣ୍ଡପର ତ୍ରିନାଥ ବିଗ୍ରହ ପ୍ରତିଷ୍ଠା ।

0
ଆର,ଉଦୟଗିରି- ଗଜପତି ଜିଲ୍ଲାର ଆର, ଉଦୟଗିରି ଗ୍ରାମର ପଞ୍ଚୟତ ଅଫିସ ନିକଟରେଥିବା ବାବାଜୀ ମଣ୍ଡପରେ ଥିବା ତ୍ରିନାଥ ବିଗ୍ରହ ପ୍ରତିଷ୍ଠା ଉତ୍ସବ ୩ ଦିନଧରି ଚାଲିବ । ଏହି ୪ ତାରିଖରୁ ଆରମ୍ଭ ହୋଇ ୬ ତାରିଖରେ ଶେଷହେବ । ଏହିକାର୍ଯ୍ୟକ୍ରମକୁ ମନ୍ଦିର କମିଟିର ସଦସ୍ୟ ଏହାକୁ ନେଇ ତପରତା ହୋଇ ପଡିଛନ୍ତି। ମନ୍ଦିର କମିଟିର ସଦସ୍ୟମାନେ କହନ୍ତି ଯେ ଏହି ବାବାଜୀ ମଣ୍ଡପକୁ ଇତିହାସରେ ମନେ ପକାଇବା ତାହାହେଲେ ଏହି ମଣ୍ଡପ ପୂରଣ ବଣ୍ଣିତ ତଥା ଅଚ୍ୟୁତାନନ୍ଦ ମାଳିକାରେ ମଧ୍ୟ ଏହାର ବିଶେଷତ୍ବ ଓ ଏହାର କାହାଣୀ ବଣ୍ଣିତ ହୋଇଛି । ବହୁ ବର୍ଷପୂର୍ବେ ଉକ୍ତ ଜାଗାରେ ଥିବା ବିଶାଳ ବଟବୃକ୍ଷ ମୂଳେ ନରୋତ୍ତମ ଦାସ ବାବାଜୀ ଅନ୍ନଜଳ ତ୍ୟାଗ କରି ସେ ଗୋଟିଏ ଗୋଡରେ ଠିଆ ରହି ଦୀର୍ଘ ଦିନ ପର୍ଯ୍ୟନ୍ତ ଧ୍ୟାନରତ ଥିଲେ ଏବଂ ଉକ୍ତ ଦିନ ଠାରୁ ସେହି ମଣ୍ଡପକୁ ନରୋତ୍ତମ ଦାସ ମଣ୍ଡପ ବା ବାବାଜୀ ମଣ୍ଡପ ନାମରେ ପରିଚିତ ହୋଇଛି । କାଳକ୍ରମେ ତ୍ରିନାଥ ଠାକୁରକୁ ରଖି ପୂଜା ପାଠ କରି ତ୍ରିନାଥ ମନ୍ଦିର ନାମରେ ପରିଚିତ ହୋଇଛି । ତେବେ ମଣ୍ଡପରେ ଦୀର୍ଘ ଦିନଧରି ତ୍ରିନାଥ ଠାକୁରଙ୍କ ଫୋଟ ରଖି ପୂଜା କରି ଆସୁଥିବା ବେଳେ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସହଯୋଗରେ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଉତ୍ସବ ପାଳନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଶହ ଶହ ଶ୍ରଦ୍ଧାଳୁଙ୍କ ଦ୍ବାରା ସ୍ଥାନୀୟ ସାରଳା ସାହି ନିକଟସ୍ଥ ଗୁପେଶ୍ବର ଶିବ ମନ୍ଦିର ନିକଟ ଦେଇ ବୋହି ଯାଉଥିବା ଦୋନାଳିଆ ନଦୀରୁ ନୀତିକାନ୍ତି ସହ ପଜାପାଠ କରି ଗଙ୍ଗା ମାତାଙ୍କୁ ଆବାହକ କରି ଶ୍ରଦ୍ଧାଳୁମାନେ ନବ ବସ୍ତ୍ର ପରିଧାନ କରି ତାଳ,ମୃଦଙ୍ଗ ,ଘଣ୍ଟ , ହୁଳହୃଳିର  ତାଳେ ତାଳା ମୁଣ୍ଡରେ କଳସୀ ଧରି ବିଗ୍ରହ ପ୍ରତିଷ୍ଠା ନିମନ୍ତେ ୧୦୮ କଳସ ଯାତ୍ରାର ନଗର ପରିଭ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ ବୋଳି କମିଟି ସଦସ୍ୟ କହିଛନ୍ତି । ଏଥିଲାଗି ବହୁସାଧୁ , ସନ୍ଥ ଏବଂ ନାଗାବାବାଙ୍କ ଯୋଗ ଦେଇଛନ୍ତି । ପ୍ରତ୍ୟେକ ଦିନ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଓସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ଦିର କମିଟି କହିଛନ୍ତି ।  ଏହି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଗ୍ରାମର ପୁରେଇତ ଗୋର ଚନ୍ଦ୍ର ମିଶ୍ର, ନିତେଇ ଚନ୍ଦ୍ର ମିଶ୍ର, ମିହିରି କୁମାର ଦାସଶମା, ମିମାଶାଂ କୁମାର ସତପଥି, ଦୁର୍ଗା ପ୍ରସାଦ ଦାସ ,ଚନ୍ଦନ ଦାସ ଏବଂ ରଞ୍ଜନ ପ୍ରସାଦ ମିଶ୍ର ପମୁଖ ପୁରେଇତ ଯୋଗଦେଇ ତି୍ରନାଥ ଠାକୁରଙ୍କ ପ୍ରତିଷ୍ଠା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଯୋଗଦେଇ କନ୍ଦିର କମିଟି ସଦସ୍ୟଙ୍କୁ ସହଯୋଗ କରିଥିଲେ ।
Leave A Reply