Odisha news

୫୦ ବର୍ଷରୁ ଦୀର୍ଘ ସ୍ଥାୟୀ ବେଂଚ ଆନେ୍ଦାଳନ ଦାବିକୁ ପୂରଣ କରିବା ପାଇଁ ହାଇକୋର୍ଟ ଏବଂ ରାଜ୍ୟସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ସହ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ: ବିଜେପି

0

ଭୁୁବନେଶ୍ୱର,୦୫/୦୨: ସ୍ଥାୟୀ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡିଆରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡିଶାରେ ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଏକମତ ହେବା ସହ ରାଜ୍ୟ ସରକାର ଓ ଓଡିଶା ହାଇକୋର୍ଟଙ୍କୁ ତାଙ୍କର ମତାମତ ମାଗିଛନ୍ତି । ଓଡିଶା ହାଇକୋର୍ଟକୁ କେନ୍ଦ୍ର ସରକାର ଆଇନ ମନ୍ତ୍ରାଳୟ ପକ୍ଷରୁ ଦୁଇ ଦୁଇ ଥର ଚିଠି ଲେଥିବା ପରେ ବି ହାଇକୋର୍ଟରୁ କୌଣସି ଉତର ଯାଉନାହିଁ । ୭ ବର୍ଷ ପରେ ବି ହାଇକୋର୍ଟ ଉତର ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଚାପର ବର୍ଶବର୍ତୀ ନହୋଇ ଆଇନ ବ୍ୟବସ୍ଥାର ବିକେନ୍ଦ୍ରିକରଣରେ ଏକମତ ହୋଇ କେନ୍ଦ୍ରସରକାରଙ୍କୁ ତାଙ୍କ ମତାମତ ପ୍ରଦାନ କରିବା ପାଇଁ ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ ହାଇକୋର୍ଟକୁ ପୁଣି ଥରେ ନିବେଦନ କରିଛନ୍ତି ।
ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମାଗିବା ପରେ ବି ରାଜ୍ୟସରକାର ଏହାର କୌଣସି ଉତର ଦେଇନାହାଁନ୍ତି । ସ୍ଥାୟୀ ବେଂଚ ପ୍ରତିଷ୍ଠାର ସ୍ଥାନକୁ ନେଇ ରାଜ୍ୟସରକାର କୌଣସି ପ୍ରସ୍ତାବ ଦେଉନାହାଁନ୍ତି । କେଉଁ କେଉଁ ଅଂଚଳକୁ ନେଇ ହାଇକୋର୍ଟ ବେଂଚ ହେବ ତାହା ମଧ୍ୟ ରାଜ୍ୟସରକାର ତାଙ୍କ ପତ୍ରରେ ଉଲ୍ଲେଖ କରିନାହାଁନ୍ତି । ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ଯେଉଁ ଭିତିଭୂମି ଦରକାର ସେ ବାବଦରେ ରାଜ୍ୟ ସରକାରଙ୍କ ସହମତି ପତ୍ର କେନ୍ଦ୍ରକୁ ପଠାଯାଇନାହିଁ । ସ୍ଥାୟୀ କୋର୍ଟ ବେଂଚ ପ୍ରତିଷ୍ଠା ହେବା ପରେ ଦୈନନ୍ଦିନ ଖର୍ଚ୍ଚ ସଂଘୀୟ ବ୍ୟବସ୍ଥାରେ ରାଜ୍ୟସରକାର ବହନ କରିଥାନ୍ତି । ଏହାର ପ୍ରତିଶୃତିପତ୍ର ଅଦ୍ୟାବିଧି ରାଜ୍ୟସରକାର କେନ୍ଦ୍ରକୁ ଦେଇନାହାନ୍ତି ବୋଲି ଶ୍ରୀ ପୁଜାରୀ ଅଭିଯୋଗ କରିଛନ୍ତି ।
ଯଦି ମୁଖ୍ୟମନ୍ତ୍ରୀ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ରାଜି ହୋଇଛନ୍ତି, ତାହେଲେ ଏଥି ପାଇଁ କେନ୍ଦ୍ରସରକାରଙ୍କ ଆବଶ୍ୟକତା ଅନୁଯାୟୀ ରାଜ୍ୟସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବକୁ ତୁରନ୍ତ କେନ୍ଦ୍ର ପାଖକୁ ପଠାନ୍ତୁ । ଏହା ପରେ କେନ୍ଦ୍ର ସରକାର ସ୍ଥାୟୀ ବେଂଚ ପାଇଁ ଲୋକସଭା ଓ ରାଜ୍ୟସଭାରେ ଆଇନ ପ୍ରଣୟନ କରି ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବେ । ପଶ୍ଚିମ ଓଡିଶାବାସୀଙ୍କ ଧୈର୍ଯ୍ୟ ପରୀକ୍ଷା ନକରି ୫୦ ବର୍ଷରୁ ଚାଲିଆସିଥିବା ସ୍ଥାୟୀ ବେଂଚ ଆନେ୍ଦାଳନ ଦାବିକୁ ପୂରଣ କରିବା ପାଇଁ ଓଡିଶା ହାଇକୋର୍ଟ ଏବଂ ରାଜ୍ୟସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ସହ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପୂଜାରୀ ଦାବୀ କରିଛନ୍ତିି ।
ବରଗଡଠାରେ ମୁଖ୍ୟମନ୍ତ୍ରୀ ନୂତନ ଜିଲ୍ଲା ଚିକିତ୍ସାଳୟ ଗୃହର ଉଦଘାଟନ କରିଥିଲେ । ଜିଲ୍ଲା ଚିକିତ୍ସାଳୟ ପୌରାଚଂଳ ବାହାରେ ଅବସ୍ଥାପିତ କରାଯାଇଛି । ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଗମନାଗମନ ବ୍ୟବସ୍ଥା ନାହିଁ । ଏଣୁ ଏଥି ପ୍ରତି ରାଜ୍ୟସରକାର ଧାନ ଦେବାର ଆବଶ୍ୟକତା ରହିଛି । ପୁରୁଣା ଜିଲ୍ଲା ଚିକିତ୍ସାଳୟକୁ ୨୪ ଘଂଟିଆ ସେବା ଯୋଗାଉଥିବା ସିଟି ହସ୍ପିଟାଲ ଭାବେ ମାନ୍ୟତାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଉ । ଏହା ଦ୍ୱାରା ଗମ୍ଭୀର ଭାବେ ରୋଗାଗ୍ରସ୍ତ ହୋଇଥିବା ବ୍ୟକ୍ତିଟି ଜରୁରୀକାଳିନ ପରିସ୍ଥିତିରେ ସିଟି ହସ୍ପିଟାଲକୁ ଯାଇ ଚିକିତ୍ସିତ ହୋଇପାରିବ । ଏହା ସହ ରାଜ୍ୟସରକାର ଖାଲି ପଡିଥିବା ଡାକ୍ତର ପଦବୀ ଏବଂ ଆବଶ୍ୟକୀୟ ଆନୁସଙ୍ଗୀୟ ଯନ୍ତ୍ରପାତି ଯୋଗାଇ ଦେବାକୁ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି ।
ବରଗଡରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛନ୍ତି । ପୂର୍ବରୁ ଏଥି ପ୍ରତି ଧ୍ୟାନ ଦେବା ପାଇଁ ଶ୍ରୀ ପୂଜାରୀ ସଂସଦରେ ବାରମ୍ବାର ଦାବୀ କରିଛନ୍ତି । କ୍ୟାନସର ରୋଗର କାରଣ ଏବଂ ଏହାର ନିରାକରଣ କରିବା ପାଇଁ ଗବେଷଣା କେନ୍ଦ୍ରର ଆବଶ୍ୟକତା ରହିଛି । ବରଗଡଠାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ସହ ଗବେଷଣା କେନ୍ଦ୍ରର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ନିର୍ବାଚନ ପୂର୍ବରୁ କ୍ୟାନସର ହସ୍ପିଟାଲ କରିବା ପାଇଁ ଘୋଷଣା କରିଥଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ନହୋଇ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତୁରନ୍ତ ରାଜ୍ୟସରକାର ଆଧୁନିକ କ୍ୟାନସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ନିର୍ମାଣ କରନ୍ତୁ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି ।
ଗତ ୩ଦିନ ଧରି ବରଗଡଠାରେ ଜାରି ରହିଥିବା ଅଚଳାବସ୍ଥାକୁ ଦୁର କରିବା ପାଇଁ ଆଜି ଶ୍ରୀ ପୁଜାରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏହି ମାମଲାରେ ହସ୍ତକ୍ଷେପ କରି ସମାଧାନ ପାଇଁ ଅନୁରୋଧ ଜଣାଇଛନ୍ତି । ଏହାପରେ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଘଟଣା ସଂପର୍କରେ ଅଲୋଚନା କରି ସମାଧାନ ପାଇଁ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ବରଗଡ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ସଂପାଦିକା ସବିତା ନନ୍ଦ, ସୁରେଶ୍ୱର ଶତପଥୀ, ସୁଶାନ୍ତ ମିଶ୍ର, ରବିନାରାୟଣ ଦାଶ, ଅଶୋକ ପଣ୍ଡା, ସୀମାଂଚଳ ଖଟେଇ, ଇରାଶୀଷ ଆଚାର୍ଯ୍ୟ, ଡ.ଅରୁପାନନ୍ଦ ସାହୁ, ଅବନୀକାନ୍ତ ପଣ୍ଡା, ମାନଓ ରଂଜନ ବକ୍ସି, ଦେବେଶ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply