ଅସ୍ତରଙ୍ଗ ୨୧/୧୨ : ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳାଭୂମୀରେ ବିରାଜମାନ ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟର ଠାକୁର, ବାବ ସତ୍ୟପୀରଙ୍କ ପୀଠର ଉନ୍ନତି ତଥା ଏହି ପୀଠକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି କିଛି ମାସ ମଧ୍ୟରେ କୋଟିଏ ଟଙ୍କା ବ୍ୟୟବରାଦ କରିଥିଲେ । ହେଲେ , ଏହି ଟଙ୍କା ବ୍ୟୟବରାଦ ହେବାର ୮ ରୁ ୧୦ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ପାରିନଥିବାରୁ , ଉକ୍ତ ପର୍ଯ୍ୟଟନ ପ୍ରକଳ୍ପର ସ୍ଥାୟୀତ୍ୱ ନେଇ ସ୍ଥାନୀୟ ଜନସାଧାରଣ ତଥା ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ମନରେ ଘୋର ସନେ୍ଦହ ସୃଷ୍ଟି କରିଅଛି ।
ଏଠାରେ ଉଲ୍ଲେଖନୀୟ ଯେ, ପୀର ଜହାନିଆ ବେଳାଭୂମୀ ଅତ୍ୟନ୍ତ ମନରୋମ ସହ ବଣ ଭୋଜିର ଉପଯୁକ୍ତ ସ୍ଥାନ । ବେଳଭୂମୀରେ ଅବସ୍ଥିତ ସୁଦୀର୍ଘ ଝାଉଁ ଓ ଉଇକିଲ ପଟାସ ଜଙ୍ଗଲ ଭିତରେ ବଣଭୋଜି କରିବା ଲାଗି ସ୍ଥାୟୀ ପିଣ୍ଡି ସହ ରୋଶେଇ କରିବା ପାଇଁ ଚୁଲି ଆଦି ରହିଥିବାରୁ ଏଠାକୁ ଭଣଭୋଜି କରିବା ଲାଗି ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଖାଲି ସେତିକି ନୁହେଁ ଏହି ବେଳଭୂମୀରେ ଅଲିଭରିଡ୍ଲ କଇଁଛଙ୍କ ସମୁହ ଅଣ୍ଡାଦାନ, ଡଲଫିନ ମାନଙ୍କର ସମୁଦ୍ରର ଉତାଳ ତରଙ୍ଗରେ ଲୁଚକାଳି ଖେଳ ଓ ବାଲିରେ ଉଡିଯାଉଥିବା ପ୍ରାକୃତିକ ଉପାୟରୁ ସୃଷ୍ଟି ଗୁଡକଙ୍କ ଆଦି ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ ।
ଆଉ ମଧ୍ୟ ରାଜ୍ୟ ସରକାର ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଠାରୁ ବିଭିନ୍ନ ସୁତ୍ରରୁ ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ରାଜସ୍ୱ ଭାବେ ଗ୍ରହଣ କରିଥାନ୍ତି । ହେଲେ , ପୀର ବେଳାଭୂମୀରେ ଜେତିକି ପରିମାଣରେ ଉନ୍ନତି ହେବା କଥା ତାହା ଅଦ୍ୟାବଧି କରାଯାଇନାହିଁ । ପର୍ଯ୍ୟଟନ ବିଭାଗ ତରଫରୁ ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ନିର୍ମାଣ ହୋଇଥିବା ଶୈାଚାଳୟ ପାନୀୟଜଳ ବ୍ୟବସ୍ଥା, ପାକ ଶାଳ, ଦୋକାନ ଗୃହ ଆଦି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନପାରି ଏହି ସବୁ ତାଲା ପଡି ରହିଅଛି ।
ରାଜ୍ୟ ସରାକାର ଚଳିତ ବର୍ଷ ଇକୋ-ରିଟ୍ରିଟ୍ କରିବା ପାଇଁ ପ୍ରସ୍ତାବ ରଖି ଏହି ପୀଠକୁ ଏକ ଉଚ୍ଚ ପ୍ରତିନଧି ଦଳ ଆସି ସମିକ୍ଷା କରି ଯାଇଥିଲେ ମଧ୍ୟ, ହେଲେ ତାହା ଶେଷକୁ କୈାଣସି କାରଣ ବସତଃ ବାତିଲ କରିଦିଆଯାଇଅଛି । କିନ୍ତୁ ଏହି ପୀଠର ଉନ୍ନତି ତଥା ପର୍ଯ୍ୟଟକ ମାନଙ୍କୁ ଅକୃଷ୍ଟ କଲାପରି ବହୁ ସୁବିଧା ସୁଯୋଗ ଥିବାବେଳେ, ରାଜ୍ୟ ସରକାର ଏଥିପ୍ରତି ସଠିକ୍ ଦୃଷ୍ଟି ଦେଇପାରନହାନ୍ତି । ଏହି କିଛି ମାସ ତଳେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକଙ୍କ ନେତୃତରେ ଏକ ଟିମ ପୀଠ ସ୍ଥଳ ପରିଦର୍ଶନ କରି ପୀଠର ବିକାଶ ପାଇଁ କେଉଁ କେଉଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଅଛି ବୋଲି ପଚାରିବାରେ ସେ ମହାଶୟ କହିଥିଲେ ଯେ, ଜିଲ୍ଲାପାଳଙ୍କ ନଦେ୍ର୍ଦଶ ମୁତାବକ ଜମି ମାପଚୁପ କରାଯାଇ ଜିଲ୍ଳା ପ୍ରଶାସନକୁ ପ୍ରୋଜେକ୍ଟ ପ୍ରସ୍ତୁତ ପାଇଁ ପ୍ରସ୍ତାବ ଦିଆଯାଇଅଛି ଓ ଉକ୍ତ ପ୍ରସ୍ତାବ ପାଇବା ପରେ ପୁରୀ ଜିଲ୍ଳାପାଳ ମହାଶୟ ମଧ୍ୟ ଦୁଇ ଦୁଇ ଥର ଜାହାନିଆ ପୀଠ ପରିଦର୍ଶନ କରି ସ୍ଥିତିର ସମିକ୍ଷା କରି ଫେରିଛନ୍ତି ।
ଆଉ ମଧ୍ୟ କେତକ ସ୍ଥାନୀୟ ଲୋକ ପୀର ପୀଠ ପାଖରେ ଜବର ଦଖଲ କରି ଘର କରିଥିବାରୁ ଜବର ଦଖଲ ଉର୍ଚ୍ଛେଦ କରିବା ପାଇଁ ଏନ୍କ୍ଲୋଜମେଂଟ କେସ୍ ମଧ୍ୟ ରୁଜୁ କରାଯାଇଅଛି । ତେଣୁକରି ରାଜ୍ୟ ସରକାର ଏଥିପ୍ରତି ସଠିକ ଦୃଷ୍ଟି ଦେଇ ପୀର ପୀଠର ଉନ୍ନତି କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି ।