Odisha news

କେନ୍ଦୁମୁଣ୍ଡିରେ ଶାଳପତ୍ର କ୍ଳଷ୍ଟର ଭିତ୍ତିଭୂମି ଅନୁଧ୍ୟାନ

0
ଠାକୁରମୁଣ୍ଡା -21/12  : କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କେନ୍ଦୁମୁଣ୍ଡି ଠାରେ ଶାଳପତ୍ର କ୍ଳଷ୍ଟର ପାଇଁ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ପ୍ରକଳ୍ପ ପରାମର୍ଶ ଟିମ l ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨ ରାଜ୍ୟ ପ୍ରକଳ୍ପ ପରିଚାଳିକା (ଜୀବିକା ) ଡ଼ଃ. ମମତା ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ 21 ତାରିଖରେ କେନ୍ଦୁମୁଣ୍ଡି ଠାରେ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି l
ସେଠାରେ ବନ ସୁରକ୍ଷା ସମିତି ସଦସ୍ୟ, ପ୍ରକଳ୍ପରେ ଥିବା ଆନିମେଟର, ବନ ବିଭାଗ କର୍ମଚାରୀ (ସଦସ୍ୟ ସମ୍ପାଦକ ) ତଥା ପ୍ରକଳ୍ପ ସଂଯୋଜକଙ୍କ ସହିତ ବୈଠକ କରି ତଥ୍ୟ ନେଇଥିଲେ l ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨ ଆଗାମୀ ଦିନରେ ଉଜୁଡା ଜଙ୍ଗଲର  ପୁନଃରୁଦ୍ଧାର କରିବା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାରକୁ ବିକଳ୍ପ ରୋଜଗାର ଯୋଗାଇବା ଗୁରୁତ୍ୱପୂର୍ଣ କାର୍ଯ୍ୟ ରହିବ ବୋଲି ସେ କହିଥିଲେ l
ଶାଳପତ୍ର ଉପରେ ନିର୍ଭର କରୁଥିବା ପରିବାର କିପରି ଉଚିତ ଦର ପାଇବେ ଏବଂ କ୍ଳଷ୍ଟର ମାଧ୍ୟମରେ ଅଧିକ ରୋଜଗାର କରିପାରିବେ ସେଥିପାଇଁ ବିଶେଷ ଉଦ୍ୟମ କରାଯାଉଛି ବୋଲି କହିବା ସହିତ ଏଠାରେ ଉପଯୁକ୍ତ ଭିତ୍ତିଭୂମି ରହିଥିବା ପ୍ରକାଶ କରିଥିଲେ l ତାଙ୍କ ସହିତ କ୍ଳଷ୍ଟର ମ୍ୟାନେଜର ରଂଜିତ ମହାନ୍ତି, ଗୋରାଚାନ୍ଦ ସ୍ୱାଇଁ, କୈଳାସ ବାରିକ, ସ୍ୱରୂପ ବଳ, କରଞ୍ଜିଆ ଡିଏମୟୁ ବିଷୟବସ୍ତୁ ବିଶେଷଜ୍ଞ ନିଶିକାନ୍ତ ଜେନା, ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ l
 ପ୍ରକଳ୍ପ ସଂଯୋଜକ କୃତିବାସ ପରିଡା, ଅକ୍ଷୟ ମହାନ୍ତ, ସୁକାନ୍ତ କୁମାର ସାହୁ, ସହକାରୀ କ୍ଷେତ୍ର ପରିଚାଳନା ମୁଖ୍ୟ ବନ୍ଦନା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଶରତ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
Nalco
Leave A Reply