Odisha news

ବଜେଟ ଅଧିବେଶନ ସମାପ୍ତ , ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

0

ଭୁବନେଶ୍ୱର : ୩୦ ମାର୍ଚ୍ଚ,୨୦୨୦ :କରୋନା ଭୂତାଣୁ (କୋଭିଡ୍‍-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଷୋଡ଼ଶ ବିଧାନସଭାର ତୃତୀୟ
ଅଧିବେଶନ (ବଜେଟ୍‍ ଅଧିବେଶନ) ଆଜି ଲୋକସେବା ଭବନର ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛିା ଚଳିତ ମାସ ୧୨ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ଆଲୋଚନା ହୋଇଥିଲାା
ଆଜି ଏହି ବିଭାଗ ବ୍ୟତୀତ ଅନ୍ୟସବୁ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍‍ ଜରିଆରେ ବାଚନିକ ଭୋଟ୍‍ରେ ଗୃହରେ ପାରିତ ହୋଇଯାଇଛିା ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ ୨୦୨୦-୨୧ର ବଜେଟ୍‍ ପାଇଁ ଟ. ୧,୫୫,୯୬୩,୨୬,୮୧,୦୦୦ଙ୍କାର ବ୍ୟୟମଞ୍ଜୁରୀ ବିଧେୟକ ଗୃହର ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଥିଲୋ ଏ ସଂପର୍କିତ ଆଲୋଚନାରେ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର ଅଂଶଗ୍ରହଣ କରିଥିଲୋ ଆଲୋଚନା ପରେ ଏହା ଗୃହର ଅନୁମୋଦନ ଲାଭ କରିଥିଲାା ବିଧାନସଭା ବଜେଟ୍‍ ଅଧିବେଶର କାର୍ଯ୍ୟକାଳ ଆସନ୍ତା ଅପ୍ରେଲ୍‍ ୯ ତାରିଖ ପର୍ଯ୍ୟନ୍ତ ଥିବାବେଳେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଗୃହକୁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଆଗତ କରିଥିଲୋ ଗୃହର ସହମତି କ୍ରମେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ଅଭିଭାଷଣ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲୋ

Leave A Reply