ବାହାର ରାଜ୍ୟରେ ଅଟକି ଯାଇଥିବା ଆଠଗଡ଼ର ୯୪ ଜଣ ଶ୍ରମିକଙ୍କ ମୌଳିକ ସୁବିଧା ପାଇଁ ସ୍ୱରାଷ୍ଟ୍ର ବିଭାଗକୁ ପତ୍ର ଲେଖିଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ
ଭୁବନେଶ୍ୱର : ୩୦ ମାର୍ଚ୍ଚ,୨୦୨୦ କରୋନା ସଂକ୍ରମଣ (କୋଭିଡ୍-୧୯)କୁ ପ୍ରତିହତ କରିବା ପାଇଁ ସାରା ଭାରତ ବର୍ଷରେ ୨୧
ଦିନ ବ୍ୟାପୀ ସଂପୂର୍ଣ୍ଣ ଲକ୍ ଡାଉନ୍ (ତାଲାବନ୍ଦ) ଜାରି କରାଯାଇଥିବାବେଳେ ମହାରାଷ୍ଟ୍ର, ଗୁଜରାଟ୍ ଏବଂ କେରଳ ରାଜ୍ୟରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ୯୪ ଜଣ ଶ୍ରମିକ ଅଟକି ରହିଯାଇଥିବା ପ୍ରାଥମିକ ଅବସ୍ଥାରେ ଜଣାପଡ଼ିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ତଥା ଆଠଗଡ଼ର ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଜଣାଇଛନ୍ତିା ଏହି ପରିପ୍ରେକ୍ଷୀରେ ସଂପୃକ୍ତ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷା କରି ଉପରୋକ୍ତ ଶ୍ରମିକମାନଙ୍କ ଖାଦ୍ୟପେୟ, ବାସସ୍ଥାନ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସ୍ୱରାଷ୍ଟ୍ର ବିଭାଗକୁ ପତ୍ର ଲେଖିଛନ୍ତିା ଏମାନଙ୍କ ମଧ୍ୟରୁ ମହାରାଷ୍ଟ୍ରର ପୁନେଠାରେ ୪୫ ଜଣ, ଗୁଜରାଟର ସୁରତରେ ୩୬ ଜଣ ଏବଂ କେରଳରେ ମୋଟ ୧୩ ଜଣ ଅଟକି ରହିଛନ୍ତିା