ଆସିକା : ସ୍ଥାନୀୟ ବଜାର ସାହି ରେ ଥିବା ମହାଲକ୍ଷ୍ମୀ ଜ୍ୱେଏଲରସ ରେ ଡିସେମ୍ବର ୧୫ ତାରିଖ ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଲୁଟ ଘଟଣା ର ପୋଲିସ ପର୍ଦ୍ଦାଫାଶ କରିଛି।ଘଟଣାରେ ସଂପୃକ୍ତ ସାତ ଅଭିଯୁକ୍ତ ଗିରଫ କରିବା ସହ ଲୁଟ ସୁନା ଜବତ ହୋଇଥିବା ନେଇ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ ପି ପ୍ରଦୀପ କୁମାର ଦଳେଇ ସୂଚନା ଦେଇଛନ୍ତି।ଏଥି ନେଇ ଆସିକା ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଏସ ପି ପ୍ରଦୀପ କୁମାର ଦଳେଇ, ଆସିକା ଏସଡିପିଓ ଉମାଶଙ୍କର ସିଂ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ବିସ୍ତୃତ ସୂଚନା ଦେଇଛନ୍ତି। ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ସ୍ଥାନୀୟ ରେଡିକା ସାହି ର ଗଣେଶ ଦାସ, ଲଲଗୋର୍ଜି ଛକ ର ଦିଲ୍ଲୀପ କୁମାର ସାହୁ, ଲଛମନପଲ୍ଲି ର ବିନୋଦ କୁମାର ନାହାକ, କଳିଙ୍ଗା ରୋଡ ର ରବିନ୍ଦ୍ର ସ୍ବାଇଁ, ତାଲୁକ ରୋଡ ଏନ୍ ଏ ସି କଲୋନୀ ର ଚିଣ୍ଟୁ ଜେନା,ରେଡିକା ସାହି ର ସନ୍ୟାସୀ ମୁନୀ ଓ ଲଛମନପଲ୍ଲି ର ଭରତ ସାହୁ ଙ୍କୁ ପୋଲିସ ଗିରଫ କରିଥିବା ଶ୍ରୀ ଦଳେଇ କହିଛନ୍ତି। ଅଭିଯୁକ୍ତ ଙ୍କ ନିକଟରୁ ସୁନା ଚେନ,ବ୍ରେସ ଲେଟ୍ ତିନି ହାତ ମୁଦି ପୋଲିସ ଜବତ କରିଥିବା ବେଳେ ଗୋଟିଏ ପିସ୍ତଲ,୬ ଜୀବନ୍ତ ଗୁଳି, ୩ କାତୀ,ଗୋଟିଏ ଛୁରୀ, ୩ ବିଭିନ୍ନ କିସମ ର ମୋଟର ସାଇକଲ ଓ ୧୪ ଟି ମୋବାଇଲ ଫୋନ ଜବତ କରିଥିବା ଶ୍ରୀ ଦଳେଇ କହିଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ର ପୂର୍ବରୁ ଗଞ୍ଜାମ ଜିଲ୍ଳା ସମେତ ଜିଲ୍ଲା ବାହାର ଥାନା ଇଲାକାରେ ବହୁ ଅପରାଧିକ କାର୍ଯ୍ୟ କଳାପ ରହିଥିବା ନେଇ ସେ ସୂଚନା ଦେଇଥିଲେ। ଜନଗହଳି ପୂର୍ଣ୍ଣ ବଜାର ରେ ଥିବା ସୁନା ଦୋକନ ରୁ ସନ୍ଧ୍ୟା ସମୟରେ ଲୁଟ ଘଟଣା କୁ ପୋଲିସ ଚ୍ୟାଲେଞ୍ଜ ଭାବେ ନେଇ ଥିଲା।ବ୍ୟବସାୟୀ ପି. ପ୍ରଭାକର ପାତ୍ର ଙ୍କ ଝିଅ କରୀନା ପାତ୍ର ଙ୍କ ଅଭିଯୋଗ କୁ ନେଇ ଥାନା କେଶ ନଂ୯୦୮ ରେ ମାମଲା ରୁଜୁ କରି ଏସଡିପିଓ ଉମାଶଙ୍କର ସିଂ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଏସ୍ ଆଇ ବିଶ୍ୱଜିତ ନାୟକ ଙ୍କ ସଂଯୋଜନାରେ ପୋଲିସ ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଥିଲା।
ପୋଲିସ ହେଡ କ୍ୱାଟର ରୁ ଆସିଥିବା ଡ଼ଗ୍ ସ୍କ୍ୱାର୍ଡ ଓ ସାଇଣ୍ଟଫିକ ଟିମ୍ ସୁନା ଦୋକାନ ଓ ବାସ ଗୃହ ସମେତ ସନ୍ଦିଗ୍ଧ ସ୍ଥାନ ସବୁ ଛାନ ଭିନ କରିଥିଲା। ଦୋକାନରେ ଲାଗିଥିବା ସି ସି ଟି ଭି ଫୁଟେଜ କୁ ଯାଞ୍ଚ କରିବା ସହ ଦୁର୍ବୃତ୍ତ ମାନେ ଛାଡ଼ିଦେଇଥିବା ଦୁଇଟି ଏୟାରବ୍ୟାଗ କୁ ପୋଲିସ ଜବତ କରିଥିଲା। ଘଟଣା ଦିନ ସୁନା ଦୋକାନ ବନ୍ଦ କରି କାଉଣ୍ଟର ରେ ମାଲିକଶ୍ରୀ ପାତ୍ର ଦୈନିକ ବ୍ୟବସାୟ ହିସାବ କରୁଥିବା ବେଳେ ମାସ୍କ ପିନ୍ଧା ଦୁଇ ଯୁବକ ଘର କବାଟ ରେ ଡାକିଥିଲେ।ମାଲିକ ଙ୍କ ଝିଅ କବାଟ ଖୋଲିବାରେ ଦୋକାନ କୁ ଲାଗି ବାସଗୃହ ରାସ୍ତା ଦେଇ ମାସ୍କ ପିନ୍ଧା ଦୁଇ ଯୁବକ ସହ ହେଲମେଟ ପିନ୍ଧିଥିବା ଆଉ ଦୁଇ ଯୁବକ ଜୋରଜବରଦସ୍ତ ଘର ଭିତରେ ପଶିଥିଲେ। ପିସ୍ତଲ ଓ ମାରଣାସ୍ତ୍ର ଧରିଥିବା ଏହି ଦୁବୁର୍ତ୍ତ ମାନେ ଘର ଭିତରେ ଭୟ ଓ ଆତଙ୍କ ଖେଲାଇଥିବା ବେଳେ ଝିଅ କରିସ୍ମା ପାତ୍ର ର ହାତ କୁ ହାଣି ଦେଇଥିଲେ।ଏପରିକି ଦୋକାନ ଲକର ଚାବି ମାଗି ମାଲିକ ପ୍ରଭାକର ଙ୍କ ମୁଣ୍ଡ ପଛ ପଟକୁ ଧରୁଆସ୍ତ୍ର ସହ ପିସ୍ତଲ ପଛପଟେ ଶକ୍ତ ଆଘାତ ଦେଇଥିଲେ।ଧରା ପଡ଼ିଯିବା ଭୟରେ ଦୋକାନ ବାହାରେ ଭିଡ଼ ଜମିବା ଆଗରୁ ମାଲିକଶ୍ରୀ ପାତ୍ର ପିନ୍ଧି ଥିବା ସୁନା ମୁଦି, ଚୈନ୍ ଓ ମୋବାଇଲ କୁ ନେଇ ଲୁଟେରା ମାନେ ଚଂପଟ ମାରିଥିଲେ।ଏହି ଘଟଣା ଆସିକା ରେ ଚାଞ୍ଚଲ୍ୟ ଖେଳାଇଥିଲା।