Odisha news

ଆସିକା : ଟି.ପି.ଏସ.ଓ.ଡି.ଏଲ ପକ୍ଷରୁ ଗ୍ରାହକ ସମସ୍ୟା ସମାଧାନ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର

0

ଆସିକା  : ଟାଟା ପାୱାର ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟି.ପି.ଏସ.ଓ.ଡି.ଏଲ) ପକ୍ଷରୁ ମଙ୍ଗଳବାର ରେ ଗ୍ରାହକ ସମସ୍ୟା ସମାଧାନ ଓ  ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ସତ୍ୟନାରାୟଣ ମନ୍ଦିର ନିକଟରେ ବିଦ୍ୟୁତ୍ ଯୋଗାଣ କମ୍ପାନୀ ର ଏହି ଜନ ସଂପର୍କ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର କର୍ପୋରେଟଅଫିସ୍ ବାଣିଜ୍ୟକ ମୁଖ୍ୟ ଭି ପି ଶର୍ମା,ପି ଏସ ସି ମୁଖ୍ୟ ରବିକାନ୍ତ, ଆସିକା ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଇଂ.ତପନ ସୁଆର, ବାଣିଜ୍ୟିକ ମୁଖ୍ୟ ହେମନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସହକାରୀ ଯନ୍ତ୍ରୀ ରାକେଶ ପାତ୍ରଙ୍କ ସଂଯୋଜନା ରେ ଏସଡିଓ ରଶ୍ମି ରଂଜନ ମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀ  ୨୫ ଜଣ ହିତାଧିକାରୀ ଙ୍କ ବିଦ୍ୟୁତ୍ ଦେୟ ସମସ୍ୟା ସମାଧାନ କରାଯାଇଥିଲା।ଏହି ଅବସରରେ ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ି ସହ ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟ ରୁ ଆସିଥିବା ଡ଼ା. ତମନା ମିଶ୍ର ଓ ତାଙ୍କ ଟିମ୍ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଶିବିର ରେ ୧୭ ଲୋକଙ୍କୁ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା।ଟି.ପି.ଏସ.ଓ.ଡି.ଏଲ ସ୍ଥାନୀୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply