Odisha news

ବ୍ୟବସାୟୀ ପ୍ରଭାକର ସାହୁ ଙ୍କୁ ଗୁଳି କରି ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ

0

ଆସିକା : ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ୍  ଅଦାଲତ ରେ ୨୦୧୩ ମସିହା ମେ ମାସ ୧୮ ତାରିଖ ରାତି ରେ ସଂଗଠିତ ବ୍ୟବସାୟୀ ପ୍ରଭାକର ସାହୁ ହତ୍ୟା ଘଟଣାର ବିଚାରଣା କରି ମୁଖ୍ୟ ଅଭିଯୁକ୍ତ ବିରଜା କାନ୍ତ ମହାରଣା ଓରଫ ପିଣ୍ଟୁ ଙ୍କୁ ନିର୍ଦ୍ଦୋଷ ରେ ଖଲାସ ହୋଇଛନ୍ତି। ପ୍ରକାଶ ଥାଉକି ଘଟଣା ଦିନ ବସଷ୍ଟାଣ୍ଡ ରୋଡ଼ ରେ ନିଜ ଦୋକାନ ରେ ବିଦ୍ୟୁତ ସରଞ୍ଜାମ ବିକ୍ରି କରୁଥିବା ସମୟରେ ପ୍ରଭାକର ସାହୁଙ୍କୁ ରାତି ପ୍ରାୟ୯ ଟା ବେଳେ ଅଜଣା ଦୂର୍ବୁର୍ତ୍ତ ଗୁଳି ମାଡ଼ କରିଥିଲେ।ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡୁ ହୋଇ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା।ସ୍ତ୍ରୀ ମମତା ସାହୁ ଙ୍କ ଅଭିଯୋଗ କୁ ନେଇ ଆସିକା ଥାନା କେସ ନଂ ୧୨୮ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା।  ମୁଖ୍ୟ ଅଭିଯୁକ୍ତ ବିରଜା କାନ୍ତ ମହାରଣା ଓରଫ ପିଣ୍ଟୁ ଓ ସମୀର ଡାକୁଆ ଙ୍କ ସମେତ ମୃତ ପ୍ରଭକରଙ୍କ ଭାଇ ସୁବାସ ଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା।ତେବେ ୧୨ ଜଣ ସାକ୍ଷୀ ଙ୍କ ବୟାନ କୁ ଆଧାର କରି ଦୀର୍ଘ ଦିନର ବିଚାରଣା ପରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ୍ ଗିରିଜା ପ୍ରସାଦ ଦାସ ମୁଖ୍ୟ ଅଭିଯୁକ୍ତ ବିରଜା କାନ୍ତ ମହାରଣା ଓରଫ ପିଣ୍ଟୁ ଙ୍କୁ ଆଜି ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଙ୍କ ମାମଲା ବିଚାରାଧୀନ ରହିଥିବା ଜଣାଯାଇଛି। ଅଭିଯୁକ୍ତ ପିଣ୍ଟୁ  ପକ୍ଷରୁ ଆଇନଜିବି ସରୋଜ ନାୟକ ଏହି ମାମଲା ପରିଚାଳନା କରିଥବା ବେଳେ ପ୍ରତିପକ୍ଷ ତରଫରୁ ଅତିରିକ୍ତ ପି ପି ଏହାର ପରିଚାଳନା କରିଥିଲେ।

Leave A Reply