ଆସିକା : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପୂର୍ବାହ୍ମ ରେ ଆସିକା ଗ୍ରସ୍ତ ରେ ଆସି ଚାଲିଥିବା ଉନ୍ନୟନ କାର୍ଯ୍ୟ ସବୁ ବୁଲି ଦେଖିବା ସହ ଅଗ୍ରଗତି ର ସମୀକ୍ଷା କରିଥିଲେ। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ଯୋଜନାରେ ଜଳ ସ୍ୱଚ୍ଛତା ନେଇ ଲଛମନ ପଲ୍ଲୀ ଗ୍ରାମରେ ପୋଖରୀ ଜଳ ସଂଗ୍ରହ ସହ ସଂରକ୍ଷଣ,ବୃକ୍ଷ ରୋପଣ ନିମନ୍ତେ ପିଟ ଖୋଳା କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଶ୍ରୀ କୁଲାଙ୍ଗେ ହରିହର ହାଇସ୍କୁଲ ରେ ଚାଲିଥିବା ଇଣ୍ଡୋର୍ ଷ୍ଟାଡିୟମ୍ ଓ ୫ ଟି ଯୋଜନା ରେ ବିଦ୍ୟାଳୟ ନୂତନ ରୂପାନ୍ତରିତ କାର୍ଯ୍ୟ ଦେଖି ଅଗ୍ରଗତି ର ସମୀକ୍ଷା କରିଥିଲେ। ସେଠାରୁ ଶ୍ରୀକୁଲାଙ୍ଗେ ସମବାୟ ଚିନି ଶିଳ୍ପ ରେ ସମ୍ପ୍ରତି ଘଟିଥିବା ଦୁର୍ଘଟଣାରେ ଆହତ ଦୁଇ କର୍ମଚାରୀ ଙ୍କ ମଧ୍ୟରୁ ଗତକାଲି ମୃତ୍ୟୁ ବରଣ କରିଥିବା ହରିଡା ପଦର ଗ୍ରାମ ର ବିଗ୍ନେଶ୍ୱର ବେହେରା ଙ୍କ ଘରେ ପହଞ୍ଚି ପରିବାର କୁ ସମବେଦନା ଜଣାଇ ରେଡକ୍ରସ ପାଣ୍ଠି ରୁ ତତକାଳ ସହାୟତା ଯୋଗାଇ ସରକାରୀ ନିୟମ ମୁତାବକ ସମସ୍ତ ପ୍ରକାର ର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ପରେ ତହସିଲ ପଡ଼ିଆ ରେ ଅନୁଷ୍ଟିତ ଆସିକା ବ୍ଲକ ସ୍ତରୀୟ ବି ବି ଏସ ଏ କର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସାମିଲ ହୋଇଥିଲେ।ଶିବିର ରେ ମୋଟ ୩୩୮ ଜଣ ପଞ୍ଜିକରଣ କରିଥିବା ବେଳେ ୧୬୧ ଙ୍କୁ ବିଭିନ୍ନ ଭିନ୍ନକ୍ଷମ ଉପକରଣ ବଣ୍ଟନ କରାଯାଇଥିଲା। ନୂତନ ଭାବେ ସହାୟତା ନେଇ ୨୬୭ ଆବେଦନ ରୁ ୮୮ ଜଣ ଙ୍କୁ ସହାୟତା ନେଇ ଚିହ୍ନଟ କରାଯାଇଥିବା ଜଣାଯାଇଛି। ପରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସର ରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଜନ ଅଭିଯୋଗ ଶୁଣାଣି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ପୌରାହିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଶୁଣାଣି ରେ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପ ଖଣ୍ଡ ଆରକ୍ଷୀ ଅଧିକାରୀ ଉମାଶାଙ୍କର ସିଂ ଙ୍କ ସମେତ ଜିଲ୍ଲା ର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ସ୍ଥାନୀୟ ଜନ ସାଧାରଣ ଙ୍କ ୭୫ଟି ଅପତ୍ତି ଓ ଅଭିଯୋଗ ର ଶୁଣାଣି କରାଯାଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ ଶତପଥୀ ପ୍ରକାଶ କରିଛନ୍ତି।ଜିଲ୍ଲାପାଳ ଙ୍କ ଗ୍ରସ୍ତକାଳରେ ସ୍ଥାନୀୟ ବି ଡ଼ି ଓ ରୋଶନ ଶତପଥୀ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ଵେଜ, ତହସିଲଦାର ସଞ୍ଜୟ ପାତ୍ର, ସି ଡ଼ି ପି ଓ ଭାରତୀ ମହାପାତ୍ର, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିଭଳି ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁ,ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ,ଉପାଧ୍ୟାକ୍ଷା ଏସ ରେଶମା ଦୋରା,ଏନ୍ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଉପାଧ୍ୟାକ୍ଷା ଜୟନ୍ତୀ ବିଷୋୟୀ ଙ୍କ ସମେତ ବହୁ ସ୍ଥାନୀୟ ଜନ ପ୍ରତିନିଧି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଙ୍କ ସହ ବ୍ଲକ କାର୍ଯ୍ୟାଳୟ ପରିସର ରେ ଆଲୋଚନା କରିଥିଲେ।
