Odisha news

ମହାନଦୀର ଉଦ୍ଧାର ପାଇଁ ପ୍ରବେଶ ସ୍ଥାନ ସୁଖସୋଡ଼ା ଓ ସମୁଦ୍ର ମିଳନ ସ୍ଥାନ ପାରାଦ୍ୱୀପର ଚଉମୁହlଣ ଠାରେ ଆସନ୍ତା 25ତାରିଖରେ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

0
ଭୁବନେଶ୍ୱର ତା 23 ତାରିଖ lମହାନଦୀର ସୁରକ୍ଷା ପାଇଁ ଗତ 20 ତାରିଖ ଦିନ ମହାନଦୀ ବଞ୍ଚାଅ ଆନ୍ଦୋଳନ ଭୁବନେଶ୍ୱର ଠାରେ ଜଳପୁରୁଷ ରାଜେନ୍ଦ୍ର ସିଂଙ୍କ ନେତୃତ୍ୱ ରେ ସତ୍ୟାଗ୍ରହ କରି ତିନୋଟି ପ୍ରମୁଖ ଦାବୀ ଉପସ୍ଥାପନା କରିଥିଲା l
1. ଛତିଶଗଡ ସରକାର ତୁରନ୍ତ କଲମାର ପାଞ୍ଚଟି ଗେଟ ଖୋଲି ଅଣାମୌସୁମୀ ରେ ଜଳ ପ୍ରବାହ ଅବିରତ କରନ୍ତୁ l
2.ଓଡିଶା ସରକାର ଟ୍ରିବୁନାଲରେ ଭଲ ଓକିଲ ନିଯୁକ୍ତି ସହ ତଳମୁଣ୍ଡ ରାଜ୍ୟ ଭାବେ ଆଇନ ଅନୁଯାଇ ଅତି କମ ରେ 30 ପ୍ରତିଶତ ଜଳ ପ୍ରବାହର ଅନ୍ତରୀଣ ଆଦେଶ ଆଣନ୍ତୁ l ତଥା ପୂର୍ବ ଘୋଷଣା ଅନୁଯାଇ ତୁରନ୍ତ ନଦୀରେ ଛୋଟ ଛୋଟ ବ୍ୟାରେଜ କରି ପାଣି ସଂରକ୍ଷଣ ସହ ନଦୀ ର ପ୍ରବାହ କୁ ସୁରକ୍ଷା ଦିଅନ୍ତୁ l
3. ଓଡିଶା ସରକାର ଛତିଶଗଡ ସରକାର ସହ ଆଲୋଚନା କରି କଲମର ୫ ଟି ଗେଟ୍ ଖୋଲନ୍ତୁ l
ପ୍ରକାଶ ଥାଉ କି ଦୀର୍ଘ ଛ ବର୍ଷରୁ ଉର୍ଦ୍ଧ ଦୀର୍ଘ ସମୟ  ଧରି  ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀର ସୁରକ୍ଷା ପାଇଁ ଲଢେଇ ଜାରି ରଖିଛି l ମହାନଦୀ ବଞ୍ଚାଅ ଆନ୍ଦୋଳନ ପଲ୍ଲୀ ଠୁଁ ଦିଲ୍ଲୀ ପର୍ଯ୍ୟନ୍ତ ଦୁର୍ବାର ଆନ୍ଦୋଳନ ପରେ ମହାନଦୀ ଟ୍ରିବୁନାଲ ଗଠନ ହୋଇଥିଲା l ଦୀର୍ଘ ଚାରି ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ପରେ ମଧ୍ୟ ମହାନଦୀ ଟ୍ରିବୁନାଲରେ ଏ ପର୍ଯ୍ୟନ୍ତ ତଥ୍ୟ ଦାଖଲ ହୋଇ ପାରିନି l ଶୁଣାଣି କେତେବେଳେ ହେବ ଓ ନ୍ୟାୟ କେବେ ଆସିବ ? ସେପଟେ ମହାନଦୀର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଜଳପୁରୁଷ ରାଜେନ୍ଦ୍ର ସିଂ ରlଣlଙ୍କ ନେତୃତ୍ୱରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଏକ 13 ଜଣିଆ ପ୍ରତିନିଧି କଲମା ଓ ସୁଖସୋଡ଼ା ଯାଇଥିଲା l ସେଠାରେ ସେମାନେ ସ୍ଥିତି ଦେଖି ହତବlକ ହୋଇଯାଇଥିଲେ l କଲମା ବ୍ୟାରେଜ ଠାରେ ମହାନଦୀକୁ ଛତିଶଗଡ ସରକାର ତଣ୍ଟି ଚିପି ହତ୍ୟା କରି ମାରିଦେଇଛି l ବ୍ୟାରେଜର ସମସ୍ତ 67 ଟା ଗେଟକୁ ସମ୍ପୂର୍ଣ ବନ୍ଦ କରିଦିଆଯାଇଛି l କଲମାର ଉପର ପଟେ ସମୁଦ୍ର ଭଳି ପାଣି ଲହଡି ଭାଙ୍ଗୁଥିବା ବେଳେ ତଳପଟେ ଗୋଟିଏ ବୁନ୍ଦା ବି ପାଣି ନାହିଁ l ମାଇଲ ମାଇଲ କେବଳ ନିରୋଳା ବାଲି ଆଉ ବାଲି l ସେପଟେ ମହାନଦୀ ଓଡିଶା କୁ ଯେଉଁଠି ସ୍ପର୍ଶ କରିଛି ସେଠି ଓଡିଶା ପଟେ ପ୍ରୋକଲିନ ଓ ଜେସିବି ରେ ବାଲି ଉତୋଳନ ବହୁଳ ଭାବେ ଚାଲିଛି l
ମହାନଦୀ ରେ ସର୍ବନିମ୍ନ ଜଳ ପ୍ରବାହ ପାଇଁ ଓଡିଶା ସରକାର ଏପର୍ଯ୍ୟନ୍ତ ଟ୍ରିବୁନାଲ ରେ ଅନ୍ତରୀଣ ଆଦେଶ ଆଣିବା ପାଇଁ ସେଭଳି ପଦକ୍ଷେପ ନେଲା ଭଳି ମନେହେଉନି l ଓଡିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କେବଳ ଓକିଲ ପୋଷିବା କାମ ଚଳାଇଛନ୍ତି l ଛତିଶଗଡ଼ ମହାନଦୀ ର ପ୍ରବାହ କୁ ରୋକି ନଦୀ ଓ ଓଡ଼ିଶା ପ୍ରତି ଯେମିତି ଅନ୍ୟାୟ କରିଛି, ଠିକ୍ ସେହି ପରି ଓଡ଼ିଶା ସରକାର ଙ୍କ ଦାୟିତ୍ଵ ହୀନତା ପାଇଁ ମହାନଦୀ ଆଜି ଗଭୀର ସଙ୍କଟରେ l କଲମା ଠାରେ ମହାନଦୀ କୁ ହତ୍ୟା କରାଯାଇଛି ଓ ସୁଖସୋଡ଼ା ଠାରେ ତାର ଶବ ପଡିଛି ବୋଲି  ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ କହିବା ସହ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ କରିବା ପାଇଁ ନଦୀର କୂଳେ କୂଳେ ସତ୍ୟାଗ୍ରହ ଆୟୋଜିତ ହେବ ଏବଂ ଦରକାର ପଡ଼ିଲେ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହେବେ ବୋଲି ଘୋଷଣା କରିଥିଲେ l ସେହି ଘୋଷଣା ମୁତାବକ ପ୍ରଥମ ପଦକ୍ଷେପ ସ୍ୱରୂପ ଓଡିଶାରେ ମହାନଦୀର ପ୍ରବେଶ ସ୍ଥାନ ସୁଖସୋଡ଼ା ଓ ସମୁଦ୍ରରେ ମିଳନ ସ୍ଥାନ ପାରାଦ୍ୱୀପ ଠାରେ ଗୋଟିଏ ଦିନ ଗୋଟେ ସମୟରେ ଆସନ୍ତା 25 ତାରିଖ ବୁଧବାର ଦିନ 9 ଟାରୁ 12 ଟା ପର୍ଯ୍ୟନ୍ତ ସତ୍ୟାଗ୍ରହ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି l
Leave A Reply