Odisha news

ଓଳାଭର ବିଦ୍ୟାଳୟ ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ

0
ରାଜକନିକା ୨୩ ।୫ : ରାଜକନିକା ଶିକ୍ଷାମଣ୍ଡଳ ଅଧିନସ୍ଥ ସର୍ବ ପୁରାତନ ଓଳାଭର ବିଦ୍ୟାଳୟର ହୀରକ ଜୟନ୍ତୀ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ସହ କର୍ମକର୍ତାଙ୍କ ନାମ
ଘୋଷଣା ହୋଇଛି।ସୂଚନା ଅନୁସାରେ ଏହି ବିଦ୍ୟାଳୟ ଇତି ମଧ୍ୟରେ ତାହାର ହୀରକ ଜୟନ୍ତୀ ପାଳନ କରିବାର ଗରିମାମୟ ସମୟରେ ଉପନିତ ହୋଇ  ପାଳନ କରିବାକୁ ଯାଉଛି ଏଭଳି ଉତ୍ସଵ।ଏଥିପାଇଁ  ଆଜିର ଚତୁର୍ଥ ପ୍ରସ୍ତୁତି ବୈଠକରେ ଆସନ୍ତା ନଭେମ୍ବର ମାସରେ ଜୟନ୍ତୀ ପାଳନ ନେଇ ଆଲୋଚନା ହୋଇଛି।ଓଳାଭର ବିଦ୍ୟାଳୟ ହୀରକ ଜୟନ୍ତି କମିଟିର ସ୍ଥାୟୀ ସଭାପତି ରମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜୟନ୍ତୀ ପାଳନ ନେଇ ବିସ୍ତ୍ରୃତ ଆଲୋଚନା ହୋଇଛି। ତାହା ସହ ସର୍ବ ସମ୍ମତ୍ତି କ୍ରମେ କମିଟିରେ ସଭାପତି ଭାବେ ରମାକାନ୍ତ ସାହୁ ଉପ ସଭାପତି ଭାବେ ମୂରଲିଧର ପରିଡା,ସମ୍ପାଦକ ରାଜେନ୍ଦ୍ର ରାଉତ, ସହ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, କୋଷାଧ୍ୟକ୍ଷ ଭାଵେ ମିସ୍ ଡଲିଙ୍କ ନାମ ଘୋଷଣା ହୋଇଛି।ସେଇଭଳି କାର୍ଯ୍ୟକାରୀ ସଭ୍ୟ ଭାବେ ଶ୍ରୀନିବାସ ଓଝା, ଅକ୍ଷୟ ନାଥ,ସୁବାସ ଦାସ,ବ୍ରହ୍ମାନନ୍ଦ ପୃଷ୍ଟି,ଵ୍ରହ୍ମାନନ୍ଦ ନାୟକ,ଜ୍ଞାନରଞ୍ଜନ
ଦାସ,ହରେକୃଷ୍ଣ ଦାସ,ପ୍ରଦିପ ଦାସ,କିଶୋର ବାରିକ,ଅରୁଣ ବାରିକ, ଦାମୋଦର ଦାସ,ଗଙ୍ଗାଧର ଦାସ,ନେତ୍ରାନନ୍ଦ ସାହୁ,ଧନେଶ୍ୱର ସାମଲ, ରମାକାନ୍ତ ଦାସ ଓ ନିରାକାର ସାମଲଙ୍କ ନାମ ଚୟନ କରିଛି କମିଟି।
Govt
Leave A Reply