Odisha news

ବିଶ୍ଵ ମାନବ ଅଧିକାର ଦିବସ ପାଳିତ

0

ଆସିକା : ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ  ବିଶ୍ଵବିଦ୍ୟାଳୟ ରେ ବିଶ୍ଵ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି। ଶାନ୍ତି ଶକ୍ତି ଭବନରେ କେନ୍ଦ୍ର ର ସଂଚଳିକା ବ୍ରହ୍ମା କୁମାରୀ ପ୍ରଭାତୀ ଙ୍କ ପୌରହିତ୍ୟ ଓ ବ୍ର. କୁ ସତ୍ୟପ୍ରିୟ ଙ୍କ ସଂଯୋଜନା  ରେ ଗୁରୁବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ପଣ୍ଡା,ଯୁବ ବିଜେଡ଼ି ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ୟକ୍ତି ର ଆତ୍ମ ଚେତନା ଜାତ ହେଲେ ହିଁ ମାନବ ଅଧିକାର ପ୍ରତି ସଚେତନ ହୋଇପାରିବେ ବୋଲି ମତ ପ୍ରକାଶକରି ଥିଲେ। ସହଜ ରାଜ ଯୋଗ ଶିକ୍ଷା ମାଧ୍ୟମରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ରେ ଏହି ସଂଗଠନ ଲଗାତାର କାର୍ଯ୍ଯ କରି ଆସୁଥିବାରୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। କୋଭିଡ଼-୧୯ କଟକଣା କୁ ଦୃଷ୍ଟି ରେ ରଖି ନିରାଡମ୍ବର ଭାବେ ଏହି ଉତ୍ସବ ପାଳନ କରାଯାଇଥିଲା ଓ ସତ୍ୟପ୍ରିୟ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।। ବ୍ର.କୁ ରାଜେନ୍ଦ୍ର,ବୁଲୁ,ମଙ୍ଗଳୁ ବ୍ର.କୁମାରୀ ସୁବାସିନି,ନିଳୀମା, ପ୍ରାଚୀ,ସବିତା ଓ ସ୍ମିତା ଏଥିରେ ସହଯୋଗ କରିଥିଲେ।

Leave A Reply