ଆସିକା : ଆସିକା ଥାନା ଅନ୍ତର୍ଗତ ପିତଳ ଗ୍ରାମ ରେ ମଦ ବିକ୍ରି କୁ ବିରୋଧ କରି ଆନ୍ଦୋଳନ ସହ ଦେଶୀ ମଦ ଭାଟି କୁ ନିଆଁ ଲଗାଇବା ଓ ଲୁଟ୍ ମାମଲାରେ ଫେରାର ଥିବା ଦୁଇ ଅଭିଯୁକ୍ତ ଙ୍କୁ ପୋଲିସ ଆଜି ଗିରଫ କରିଛି। ସେମାନେ ହେଲେ ପିତଳ ଗ୍ରାମ ର ଜିତେନ୍ଦ୍ର ପ୍ରଧାନ ଓ ହୃଦାନନ୍ଦ ସାହୁ ଓ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।
ପିତଳ ଗ୍ରାମ ରେ ଦେଶୀ ମଦ ଭାଟି କୁ ଗତ ୨୦୧୮ ଡିସେମ୍ବର ୧୭ ତାରିଖରେ କିଛି ଗ୍ରାମବାସୀ ମଦ ପ୍ରସ୍ତୁତି ଓ ବିକ୍ରି କୁ ବିରୋଧ କରି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ରେ ଆସିକା ଥାନା ରେ ୩୭୯/୧୮ ଏକ ମାମଲା ୨୫ଜଣ ଗ୍ରାମ ବାସୀଙ୍କ ନାମ ରେ ରୁଜୁ କରାଯାଇଥିଲା ପୂର୍ବରୁ ୨୩ଜଣ ଗିରଫ କରିଥିଲା।