ବେଲଗୁଣ୍ଠI, 01/09, ବେଲଗୁଣ୍ଠI ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମିଟିଂ ହଲ୍ ରେ ଆଜି ମେଡିକାଲ୍ ଅଧୀକ୍ଷକ ଡକ୍ଟର ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ସଭାପତିତ୍ଵରେ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର-1 ଓ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର-2 ଦୁଇ ମେଡିକାଲ୍ ର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି I
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କ ବିୟୋଗରେ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ବେଲଗୁଣ୍ଠ। ଓ ଗୋବରା ମେଡିକାଲ ର ଉନ୍ନତି ପାଈଁ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ଦୁଇ ମେଡିକାଲ୍ ର ଉନ୍ନତି ପାଇଁ ରୋଗୀ କଲ୍ୟାଣ ସମିତିରୁ 4 ଲକ୍ଷ ଟଙ୍କାର ବଜେଟ୍ ପାସ୍ କରାଯାଇଥିଲା ଓ ବିଭିନ୍ନ ଲାଇନ୍ ଡୀପାର୍ଟମେଣ୍ଟ ମାଧ୍ୟମରେ 8 ଲକ୍ଷ ଟଙ୍କାର ଏଷ୍ଟିମେଟ୍ ବଜେଟ୍ କରାଯାଇଥିଲା I
ଏଥିରେ ବେଲଗୁଣ୍ଠା ମେଡିକାଲ୍ ବିଲ୍ଡିଂ କଲରିଙ୍ଗ୍ , ବାହାର ରୋଗୀ ପାଇଁ ଥଣ୍ଡା ଓ ଗରମ ପାଣି ବାହାରୁଥିବା ଆକ୍ୱାଗାର୍ଡ , ରୋଗୀ ଓ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଉଭୟ ମେଡିକାଲ୍ ରେ ଗାଡ଼ି ପାର୍କିଙ୍ଗ ,ଜଳ ନିଷ୍କାସନ ପାଇଁ Drain , ପ୍ରତୀକ୍ଷା ଗୃହ, ମେଗା ହେଲଥକ୍ୟାମ୍ପ ,ଅପରେସନ୍ ଗୃହ ମରାମତି, ଆମ୍ବୁଲାନ୍ସ ମରାମତି, କମ୍ପୁଟର ମରାମତି, ଅଗ୍ନିନୀର୍ବାପକ ଯନ୍ତ୍ର, ବିଦ୍ୟୁତ୍ ମରାମତି ସେହିପରି ଗୋବରା ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ ଅଧିକ କ୍ଷମତା ବିଶିଷ୍ଟ ମୋଟର, ଇଣ୍ଟର୍ନେଟ୍ ଯୋଗାଯୋଗ , ଏସି, ଇନଭର୍ଟର ,ସମ୍ମୁଖ ଗେଟ୍ ଓ ପାଚେରି କାନ୍ଥ ମରାମତି, କରୋନା ଶୌଚାଳୟ ମରାମତି ଓ ନୂତନ ଶୌଚାଳୟ ନିର୍ମାଣ ଓ ସମସ୍ତ କର୍ମଚାରୀଙ୍କ ପାଇଁ ଆଇ କାର୍ଡ଼ ଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା I
ଆଜିର ଏହି ବୈଠକରେ ବିଡିଓ ଶଶୀ ଭୁଷଣ ମହାପାତ୍ର, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସଂlସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ସମାଜସେବୀ ମାଗତା ଦଳ ବେହେରା, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ଡକ୍ଟର ସରୋଜ ପ୍ରଧାନ, ଡକ୍ଟର ଏସ.ମୃତ୍ୟୁଞ୍ଜୟ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୂମ୍ନ ପାତ୍ର, ଆର୍ କେ ଏସ ସଭ୍ୟ କୁଞ୍ଜ ବିହାରୀ ନାୟକ, ଦୁର୍ଗା ମାଧବ ନାୟକ, ରାଜେନ୍ଦ୍ର ଗୌଡ଼, ପ୍ରମୋଦ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅମିତ ନାଇକ,ପ୍ରଭାତ ସ୍ଵାଇଁ, ସିମାଞ୍ଚଳ ବିଷୋୟୀ, ଦିଲ୍ଲୀ ଆଚାରୀ, ବିଦ୍ୟାଧର ବିଷୋୟୀ, ଫାର୍ମାସିଷ୍ଟ ଅଶ୍ଵୀନ କୁମାର ସାହୁ, ସ୍ଵେଚ୍ଛାସେବୀ ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ଡି ପି ଏମ୍ ଦୁର୍ଗା ପ୍ରସାଦ ପଟ୍ଟନାୟକ ବଜେଟ୍ ଉପସ୍ଥାପନ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ I
