ଆସିକା : ଆସିକା ଥାନ ଅନ୍ତର୍ଗତ ମଣ୍ଟ।ପଡା ଗ୍ରାମର ମନୋଜ ବିଶ୍ୱାଳ ଙ୍କ ସ୍ତ୍ରୀ ଜଲି ବିଶ୍ଵାଳ ପୋଡି ହୋଇ ମୃତ୍ୟୁ ଘଟଣା ରେ ପୋଲିସ ସ୍ବାମୀ ମନୋଜ ଙ୍କ ସମେତ ଶାଶୁ ଓ ନଣନ୍ଦ କୁ ଗିରଫ କରିଛି। ଜଲି ଙ୍କୁ ଯୌତୁକ ପାଇଁ ଶାଶୁ ନଣନ୍ଦ ଓ ସ୍ୱାମୀ ମିଶି ନିର୍ଯ୍ୟାତନା ଦେଉଥିଲେ ଓ ପୋଡି ମାରିଦେଇଥିବା ମୃତକ ଙ୍କ ଭାଇ ବିଭୁତି ସାହୁ ଥାନାରେ ସୋମବାର ଦିନ ଅଭିଯୋଗ କରିବା ପରେ ପୋଲିସ କେସ ନ ୪୩୧/୨୦ ଯୌତୁକନିର୍ଯାତନା ଓ ହତ୍ୟା ମାମଲା ରୁଜୁ କରିଥିଲା। ସ୍ବାମୀ ମନୋଜ ଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରିଥିବା ବେଳେ ଶାଶୁ ଲକ୍ଷ୍ମୀ ବିଶ୍ୱାଳ ଓ ନଣନ୍ଦ ରିଙ୍କି ପ୍ରଧାନ ଙ୍କୁ ଆଜି ଗିରଫ କରିଛି ।
ପୋଲିସ ପୋଡି ଘଟଣା ରେ ବ୍ୟବହୃତ କିରାସିନି ଜାର୍କୀନ କୁ ମଧ୍ୟ ଜବତ କରିଛି। ବିବାହ ସମୟରେ ଜଲୀ ଆଣିଥିବା ଯୌତୁକ ସାମଗ୍ରୀ କୁ ବାପା ଘର ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଗିରଫ ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଉଲ୍ଲେଖ ଯେ ଗତ ୨୭ ତାରିଖ ରୁ କିରୋସିନି ରେ ପୋଡି ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଲି ବିଶ୍ୱାଳ ଙ୍କ ସୋମବାର ଦିନ ବ୍ରହ୍ମପୁର ଏମ କେ ସି ଜି ବାଡ ମେଡିକାଲ୍ ରେ ଜୀବନ ହରେଇଥିଲେ।
