Odisha news

ପାରିବାରିକ କଳହ ର କରୁଣ ଚିତ୍ର : ଭାଇବୋହୁ କୁ ହତ୍ୟା କଲା ଦେଢ଼ଶୂର

0

ଆସିକା : ପାରିବାରିକ କଳହ ଓ ଶତ୍ରୁତା ମଣିଷ କୁ  ଅନ୍ଧ କରିଦେଇଥାଏ ।ତାହାର କରୁଣ ପରିଣତି ଓ ଚିତ୍ର ଆସିକା ଥାନା ଅନ୍ତର୍ଗତ ହରିଡା ପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭେଙ୍କଟ ରାଈ ପଲ୍ଲୀ  ଗ୍ରାମ ମୁକ୍ତେଶ୍ଵର ମନ୍ଦିର ବେଢ଼ା ନିକଟରେ ଆଜି ସକାଳୁ ଦେଖିବା କୁ ମିଳିଛି।

ଭଇବୋହୁ ର ମୁଣ୍ଡ କୁ ପଛପଟୁ ଲୁହା ରଡ଼ ରେ ଶକ୍ତ  ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିବା ପରେ ଘଟଣା ସ୍ଥଳ ରୁ ଚଂପଟ ମାରିଚି  ଦେଢ଼ଶୂର। ମୃତ ମହିଳା ହେଲେ ହରିଡାପଦର ର ସୁଦାମ ନାହାକ ଙ୍କ ପତ୍ନୀ ରଞ୍ଜି ନାହାକ(୪୨).।

ଆଜି ଭୋର ରୁ ରଞ୍ଜି ମନ୍ଦିର ରେ  ପୁଜା ଓ ଦର୍ଶନ ସାରି ଫେରୁଥିବା ବେଳେ ଉକ୍ତ ମନ୍ଦିରରେ ଝାଡୁ କାର୍ଯ୍ୟ ରେ ନିୟୋଜିତ ଥିବା ଦେଢ଼ଶୂର ମୋଚିରାମ  ନାହାକ ଭାଇସହ ଥିବା ଶତ୍ରୁତା ଯୋଗୁଁ ଆକ୍ରମଣ କରିଥିଲା। ଶାବଳ ଭଳି ଏକ ଲୁହା ରଡ଼ ରେ ରଞ୍ଜୀ ର ମୁଣ୍ଡ ଓ ଦେହ କୁ ଲଗାତାର ଭାବେ ପିଟି ପିଟି ହତ୍ୟା କରିଥିଲା ମୋଚିରାମ୍।ଘଟଣାସ୍ଥଳରେ ଛଟ ପଟ ହୋଇ ତାର ପ୍ରାଣ ବାୟୁ ଉଡ଼ିଯାଇଥିଲା। ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ମୃତକ ର ସ୍ବାମୀ ମନ୍ଦିର ନିକଟକୁ ଗଲା ବେଳକୁ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

ତଦନ୍ତ ପାଇଁ  ଆସିକା ପୋଲିସ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ  ଗ୍ରାମରେ ପହଞ୍ଚି ଘଟଣା  ର ସରଜମିନ ତଦନ୍ତ କରୁଥିବା ବେଳେ ଉପଖଣ୍ଡ ପୋଲିସ ଅଧିକାରୀ ସୂର୍ଯ୍ୟ ମଣି ପ୍ରଧାନ ମଧ୍ୟ ଘଟଣାସ୍ଥଳ କୁ ଯାଇଛନ୍ତି। ସୁଦାମ ଙ୍କ ଅଭିଯୋଗ କୁ ଭିତ୍ତି କରି କେଶ ନମ୍ବର-୪୧୩/୨୦ ରେ ହତ୍ୟା ମାମଲା ରୁଜୁ ହୋଇଛି। ଅଭିଯୁକ୍ତ କୁ ଗିରଫ କରିବା ନେଇ ପୋଲିସ ଉଦ୍ୟମ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

Leave A Reply