Odisha news

ଗଞ୍ଜେଇ ଚୋରା ଚାଲାଣ :୩ ଯୁବକ ଗିରଫ,୪୪ କେ.ଜି ଗଞ୍ଜେଇ ଓ ୨ ଗାଡ଼ି ଜବତ

0

ଆସିକା :ଏକ ପିକ୍ ଆପ ବୋଲୋର ଓ ମୋଟର ସାଇକଲ ରେ  ଚାରି ଯୁବକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୧୬ ତାରିଖ  ରାତିରେ ପୋଲିସ ହାତରେ ଧରା  ପଡିଛନ୍ତି ।ସ୍ଥାନୀୟ ଥାନା ଇଲାକା ରେ  ଏସ୍.ଆଇ ଅମର ଷଡ଼ଙ୍ଗୀ ଓ ଏ ଏସ ଆଇ ଯୁଧିଷ୍ଟିର ମାଝୀ  ଙ୍କ ନେତୃତ୍ୱ ରେ କଲେଜ ଛକ ନିକଟସ୍ଥ ଡି ପଲ୍ ସ୍କୁଲ ରାସ୍ତା ରେ ପୋଲିସ  ପେଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହଜନକ ଭାବେ ଏହି ଦୁଇ ଗାଡ଼ି କୁ ପୋଲିସ ଅଟକାଇଥିଲେ।ପୋଲିସ ଅଟକାଇବା ଦେଖି ମୋଟର ସାଇକଲ ପଛରେ ବସିଥିବା ଯୁବକ ଚମ୍ପଟ ମାରିଥିଲେ।

ପୋଲିସ ଯାଞ୍ଚରେ ମୋଟର ସାଇକଲ ରୁ ଗୋଟିଏ ଗଞ୍ଜେଇ ଭର୍ତ୍ତି ଜରି ଅଖା ଓ ପିିକ ଅପ ବୋଲର ରେ  ଟପାଲ  ଘୋଡାଇ ଆଉ ଏକ ଗଞ୍ଜେଇ ଜରି ଅଖା ଉଦ୍ଧାର କରିଥାନା କୁ ଧରି ନେଇଥିଲେ। ଅଧିକା ତଦନ୍ତ କରି ୪୪ କେ ଜି ଗଞ୍ଜେଇ ସବୁ କନ୍ଧମାଳ ର କଳିଙ୍ଗା ରୁ କୋଦଳା  କୁ ଚାଲାଣ ହେଉଥିବା ଜଣାପଡିଥିଲା।ପୋଲିସ ଏଥିରେ ସଂପୃକ୍ତ ସାରଙ୍ଗ ଗଡ ଅଞ୍ଚଳର କାନ୍ତେଶ୍ୱର ଦିଗାଲ ଓ ଭଞ୍ଜନଗର ରେତଙ୍ଗ ଗ୍ରାମର କବି ସ୍ଵାଇଁ ମନୋଜ ନାଇକ ତିନି ଜଣ ଙ୍କୁ ଗିରଫ କରିଥିଲା।

ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ବୋଲର ପିକ ଆପ ଗାଡ଼ି ଓ ହୋଣ୍ଡା ସାଇନ ମଟର ସାଇକଲ, ଦୁଇଟି ମୋବାଇଲ ଫୋନ ସହ୩୦୧୦ ଟଙ୍କା ଜବତ  କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ  ପ୍ରକାଶ କରିଛନ୍ତି। ଏନ୍ ଡି ପି ଏସ ଧାରା ଅନୁଯାଇ ଥାନା କେସ ନ ୩୪୧/୨୦ ରେ ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓ ଘଟଣା ସ୍ଥଳରୁ ଚମ୍ପଟ ମାରି ଫେରାର ଥିବା ଆସିକା ଅଞ୍ଚଳର ଯୁବକ କୁ  ଅତି ଶୀଘ୍ର ଧରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Nalco
Leave A Reply