ବୁଗୁଡ଼ା :- ଚୀନ୍ ଓ ଭାରତ ସୀମା ଲଦାଖ ନିୟନ୍ତ୍ରଣ ରେଖାରେ ଚୀନ ସୈନିକଙ୍କ ସହ ଭାରତୀୟ ସୈନିକଙ୍କ ଧସ୍ତାଧସ୍ତି ଓ ଗୁଳି ଗୋଳା ବିହୀନ ସଂଘର୍ଷରେ ଶହୀଦ୍ ହୋଇଥିବା ଭାରତର ୨୦ ଜଣ ଜୱାନଙ୍କ ନିମନ୍ତେ ବୁଗୁଡ଼ା ଓକିଲ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅଧୀବକ୍ତା ମିହିରକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ପୂର୍ତ୍ତ ବିଭାଗ, ଡାକ ବିଭାଗ ପରିସରରେ ଆୟୋଜିତ ଏହି ସଭାରେ ସର୍ବଶ୍ରୀ ହରପ୍ରସାଦ ଦାଶ, ଅମର ପଟ୍ଟନାୟକ, ମାନସରଂଜନଦାଶ, ଅନୀଳ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ଆଗୁଆ, ରବୀନ୍ଦ୍ରନାଥ ପଣ୍ଡା, ସତ୍ୟ ନାରାୟଣ ମିଶ୍ର, ଲୋକନାଥ ବେହେରା, ବିଭୁଦତ୍ତ ନାୟକ, ଆଶିଷ ରାଉତ, ପ୍ରଭାତ କୁମାର ଜେନା, ଶ୍ଯାମ ସୁନ୍ଦର ବିଷୋୟୀ, ଶ୍ରୀକାନ୍ତ କୁମାର ଶତପଥୀ, ସରୋଜ କୁମାର ତ୍ରିପାଠୀ, କେ. ତ୍ରିଲୋଚନ ଦୋରା, ସଂକଳ୍ପ ମହାନ୍ତି, ପ୍ରମୁଖ ଅଧୀବକ୍ତା ଯୋଗ ତୀର ବଳିଦାନର ମହତ୍ତ୍ଵଓ ଦେଶପ୍ରେମ ସମ୍ପର୍କରେ ଆଲୋଚନା କରିଥିଲେ।