ବୋରିଗୁମ୍ମା:କୋରାପୁଟ ର ଯୁବ ସାଂସଦ ଶ୍ରୀ ସପ୍ତଗିରି ଉଲାକା ବୋରିଗୁମ୍ମା ବ୍ଲକ ଗସ୍ତ ରେ ଆସିଥିଲେ। ବ୍ଲକ ସଭାଗୃହ ଠାରେ ସରପଞ୍ଚ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ବିଡିଓ ପ୍ରଣୟ ରଂଜନ ବେହେରା ବୈଠକ କୁ ପରିଚାଳନା କରିଥିଲେ।ବୈଠକରେ ବ୍ଲକ ର ସମସ୍ତ ସରପଞ୍ଚ ,ସମସ୍ତ ପିଇଓ ଓ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ।ପରେ ସାଂସଦ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଥିବା କ୍ୱାରେନଟାଇନ ଗୃହ ବୁଲିବାକୁ ଯାଇଥିଲେ। କ୍ୱାରେନଟାଇନ ଗୃହ ର ବ୍ୟବସ୍ଥା ଦେଖି ସାଂସଦ ବେଶ ଖୁସି ହୋଇଥିଲେ।ବୋରିଗୁମ୍ମା ସରପଞ୍ଚ ଚନ୍ଦ୍ରିକା ଯାନୀ, ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସାଂସଦ ବୋରିଗୁମ୍ମା ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ବୋରିଗୁମ୍ମା ବାର ଆସୋସିଏସନ କୁ ଯାଇଥିଲେ।
ସେଠାରେ ଆଇନଜୀବୀ ମାନେ ସାଂସଦ ଶ୍ରୀ ଉଲାକା ଙ୍କୁ ସ୍ୱାଗତ କରିଥିଲେ। ବୋରିଗୁମ୍ମା ବାର ଆସୋସିଏସନ ବୈଠକରେ ଯୋଗ ଦେଇଥିଲେ। ଆଇନଜୀବୀ ସୁବାସ ଚନ୍ଦ୍ର ନାୟକ କହିଥିଲେ ଯେ ବାର ଆସୋସିଏସନ ପାଇଁ ଲାଇବ୍ରେରୀ ଆବଶ୍ୟକତା ରହିଛି। ଏଣୁ ସାଂସଦ ଙ୍କ ପାଣ୍ଠି ରୁ କିଛି ଅନୁଦାନ ଦେବାକୁ ସାଂସଦ ଙ୍କୁ ଅନୁରୋଧ କରିଥିଲେ। ସଂସଦ ଶ୍ରୀ ଉଲାକା ପ୍ରତିଶ୍ରୁତି ଦେଇଥିଲେ ଯେ ଆଗାମୀ ଦିନରେ ଲାଇବ୍ରେରୀ ପାଇଁ କିଛି ଅନୁଦାନ ପ୍ରଦାନ କରିବେ। ଉକ୍ତ ବୈଠକରେ ବାର ଆସୋସିଏସନ ର ଉପ ସଭାପତି ଏ.ସନ୍ତୋଷ କୁମାର ଦୋରା, ସମ୍ପାଦକ ଚନ୍ଦ୍ର ଶେଖର ବେଗରାଇ, କୋଷାଧ୍ୟକ୍ଷ ହରି ହର ରଥ ,ଉପଦେଷ୍ଟା ପି.ଜଗଦିଶ୍ୱର ରାଓ , ଅଶୋକ କୁମାର ଗନ୍ତାୟତ, ପ୍ରସାଦ ସାହୁ ,ନିରଞ୍ଜନ ପ୍ରଧାନ ,କିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।